‘ରାଜ୍ଯର ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’

ଲୋକଙ୍କୁ ମିଳିବ ତ୍ବରିତ ନ୍ଯାୟ । ଏଥିପାଇଁ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ରାଜ୍ଯର ସବୁ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି । ଲୋକଙ୍କ ଦୁଆର ମୁହଁରେ ନ୍ଯାୟ ପହଞ୍ଚାଇବା ଲକ୍ଷ୍ଯ ନେଇ ସରକାର ଏହି ଯୋଜନା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୬ଟି ଗ୍ରାମ୍ୟ ନ୍ୟାୟାଳୟ ଆରମ୍ଭ ପାଇଁ ଅନୁମତି ଦିଆଯାଇଛି । ଗ୍ରାମ୍ୟ ନ୍ୟାୟାଳୟ ଖୋଲିଲେ ମାମଲା ସଂଖ୍ୟା କମିବ, ଆଇନ ବ୍ୟବସ୍ଥା ଉପରେ ଚାପ କମିବ । ଯାହାଦ୍ୱାରା ସାଧାରଣ ଲୋକ ତ୍ୱରିତ ନ୍ୟାୟ ପାଇ ପାରିବେ ।