୨୦୨୧ର ବଳକା ୩୧ ମ୍ୟାଚ୍ କେବେ ଏବଂ କେଉଁଠି ଖେଳାଯିବ

୨୦୨୧ର ବଳକା ୩୧ ମ୍ୟାଚ୍ କେବେ ଏବଂ କେଉଁଠି ଖେଳାଯିବ

ନୂଆଦିଲ୍ଲୀ ୨୦ ।୦୫: ଆଇପିଏଲ ୨୦୨୧ର ବଳକା ମ୍ୟାଚ୍ ପାଇଁ କମିପାରେ ଭାରତ–ଇଂଲଣ୍ଡ ଟେଷ୍ଟ ସିରିଜ୍‌ର ମ୍ୟାଚ୍ ସଂଖ୍ୟା । ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ୨୦୨୧ର ବଳକା ୩୧ ମ୍ୟାଚ୍‌ କେବେ ଏବଂ କେଉଁଠି ଖେଳାଯିବ, ଏହାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି । ଏହା ମଧ୍ୟରେ ଖବର ଆସିଛି ଯେ, ଆଇପିଏଲ ୨୦୨୧ ପାର୍ଟ–୨ ଇଂଲଣ୍ଡରେ ଖେଳାଯାଇପାରେ । ଏଥିପାଇଁ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଂଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ମ୍ୟାଚ୍ ସଂଖ୍ୟା କମା ଯାଇପାରେ । ସିରିଜରେ ପାଂଚ ମୁକାବିଲା ପରିବର୍ତେ ଚାରି ମ୍ୟାଚ ଖେଳାଯାଇପାରେ । ଏହାକୁ ନେଇ ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ(ବିସିସିଆଇ) ଓ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ । ସ୍ପୋର୍ଟ ତକର ଖବର ଅନୁଯାୟୀ, ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜରେ ପାଂଚ ବଦଳରେ ଚାରି ମ୍ୟାଚ୍ ଖେଳା ଯାଇପାରେ । ଏମିତି ହେଲେ ଆଇପିଏଲ୍ ପାର୍ଟ–୨ର ଆୟୋଜନ ଇଂଲଣ୍ଡ କରିବା ସହଜ ହୋଇ ପାରିବ । ଅଗଷ୍ଟ ୪ ରୁ ସେପ୍ଟେମ୍ବର ୧୪ ମଧ୍ୟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳାଯିବ । ଯଦି ଗୋଟିଏ ମ୍ୟାଚ୍ କମ ହୁଏ ତେବେ ସିରିଜ୍ ସେପ୍ଟେମ୍ବର ୬ରେ ଶେଷ ହୋଇଯିବ । ଫଳରେ ବିସିସିଆଇକୁ ଆଇପିଏଲର ବାକି ଥିବା ୩୧ ମ୍ୟାଚ୍ ପାଇଁ ଆଠ ଦିନର ବଳକା ସମୟ ମିଳିଯିବ । ସ୍ପୋର୍ଟ୍‌ସ ତକ ଖବର ମୁତାବକ ବିସିସିଆଇ ଓ ଇସିବି ମଧ୍ୟରେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇ ସାରିଛି ଏବଂ ଶୀଘ୍ର ଏହା ଉପରେ ନିଷ୍ପତି ନିଆଯାଇପାରେ । ସ୍ପୋର୍ଟ୍‌ସ ତକ ଅନୁଯାୟୀ, ଯଦି ଆଇପିଏଲ ୨୦୨୧ର ବଳକା ମ୍ୟାଚ୍ ସେପ୍ଟେମ୍ବର ୧୦–୧୧ରୁ ଆରମ୍ଭ ହୁଏ ତେବେ ସେପ୍ଟେମ୍ବର ୩୦ ସୁଦ୍ଧା ଟୁର୍ଣ୍ଣାମେଂଟର ସମସ୍ତ ମ୍ୟାଚ୍ ଖେଳା ଯାଇପାରିବ । ବାୟୋ ବବଲରେ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ କୋଭିଡ–୧୯ ରିପୋର୍ଟ ପଜିଟିଭ୍ ଆସିବା ପରେ ଆଇପିଏଲ ୨୦୨୧କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । କେକେଆରର ବରୁଣ ଚକ୍ରବର୍ତୀ, ପ୍ରସିଦ୍ଧ କୃଷ୍ଣା, ସନ୍ଦୀପ ୱାରିୟର ଓ ଟିମ ସେଇଫର୍ଟ କରୋନା ପଜିିଟିଭ୍ ଚିହ୍ନଟ ହୋଇଥିଲେ । ସେହି ପରି ଦିଲ୍ଲୂୀ କ୍ୟାପିଟାଲ୍ସର ବରିଷ୍ଠ ଖେଳାଳି ଅମିତ୍ ମିଶ୍ର ଓ ସନରାଇଜର୍ସ ହାଇଦ୍ରାବାଦର ଋଦ୍ଧିମାନ ଶାହା କୋଭିଡ୍‌-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ ।