ଆଜିଠୁ ସଂସଦରେ ସରଗରମ ଶୀତକାଳୀନ ଅଧିବେଶନ । ଅଧିବେଶନରେ ମୋଟ ୧୬ଟି ବିଲ୍ ଉପସ୍ଥାପନ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହାମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ଓ୍ବାକଫ -ସଂଶୋଧନ ବିଲ୍, ୱାନ ନେସନ ୱାନ ଇଲେକସନ ବିଲ ସହ ପଞ୍ଜାବ କୋର୍ଟ ବିଲ୍ , କୋଷ୍ଟାଲ ଓ ମର୍ଚ୍ଚାଣ୍ଟ ସିପିଂ ବିଲ୍, ଇଣ୍ଡିଆନ ପୋର୍ଟ୍ସ ବିଲ୍, ଭାରତୀୟ ବାୟୁଯାନ ବିଧେୟକ ରହିଛି । ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଶୀତ ଅଧିବେଶନରେ ମୋଟ 19ଟି କାର୍ଯ୍ୟଦିବସ ରହିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହକାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ପାଇଁ ଉଭୟ ଶାସକ ଓ ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି ।