ସମୁଦ୍ର ମଧ୍ୟରୁ ମିଳିଲା ଏକ ଅଦ୍ଭୂତ ଜିନିଷ ଯାହାର ମୂଲ୍ୟ କୋଟି ଉପରେ

ସମୁଦ୍ର ମଧ୍ୟରୁ ମିଳିଲା ଏକ ଅଦ୍ଭୂତ ଜିନିଷ ଯାହାର ମୂଲ୍ୟ କୋଟି ଉପରେ

କିଛି ମତ୍ସ୍ୟଜୀବୀଙ୍କ ଭାଗ୍ୟ ଏହିପରି ଭାବେରେ ରାତାରାତି ପରିବର୍ତ୍ତନ ହୋଇଯାଇଛି ୩୫ ଜଣ ମତ୍ସ୍ୟଜୀବୀ ଦକ୍ଷିଣ ୟେମେନର ସେରିଆ ଉପକୂଳବର୍ତ୍ତୀ ଅଞ୍ଚଳରେ ଯାତ୍ରା କରୁଥିବା ବେଳେ ସେମାନେ ଏକ ବିଶାଳ ସାମୁଦ୍ରିକ ଜୀବ ହ୍ୱେଲର ଶବ ଦେଖିଥିଲେ ଏହାପରେ ସେମାନେ ଉକ୍ତ ଜୀବନ ଶବକୁ କାଟି ଶରୀର ଭିତରର ସମସ୍ତ ଅଂଶକୁ ଦେଖିଥିଲେ ବଡ଼ ଧରଣର ମହମ ତଥା କଳା କାଦୁଆ ପରି ଏକ ଜିନିଷ ସେମାନେ ହ୍ୱେଲର ପେଟ ଭିତରୁ ପାଇଲେ ଏହି ଅଜଣା ଜିନିଷଟିର ନାମ ଆମ୍ବରଗ୍ରୀସ୍ ବା ହେଲ୍ ବାନ୍ତି ବୋଲି ଲୋକେ କହିଥାନ୍ତି ଏହାର ମୂଲ୍ୟ ପାଖାପାଖି ୧୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି ପ୍ରକୃତ କଥା ହେଉଛି, ହ୍ୱେଲର ଶୁକ୍ରାଣୁରେ ହଜମ ପ୍ରକ୍ରିୟା ବେଳେ ଆମ୍ବରଗ୍ରୀସ୍ ଉତ୍ପନ ହୋଇଥାଏ ସାମୁଦ୍ରିକ ଜୀବନର ଅନ୍ତନଳୀରେ ଏହି ପଦାର୍ଥ ଗୁପ୍ତ ଭାବେ ଉତ୍ପନ୍ନ ହୁଏ ବୋଲି କୁହାଯାଏ ଏହା ଏକ ମୂଲ୍ୟବାନ ପଦାର୍ଥ ବୋଲି ସମସ୍ତଙ୍କୁ ଜଣା ନଥାଏ ଏହା ଦେଖିବାକୁ ଧୂସର ବା କଳା ରଙ୍ଗର ହୋଇଥାଏ ଏହା କଠିନ ମହମ ପରି ଦେଖାଯିବା ସହ ଏକ ଜ୍ୱଳନ୍ତ ପଦାର୍ଥ ଅଟେ ଆମ୍ବରଗ୍ରିସକୁ ପରଫ୍ୟୁମର ସୁଗନ୍ଧକୁ ଦୀର୍ଘଦିନ ଧରି କାଏମ୍ ରହିବାକୁ ଉପଯୋଗ କରାଯାଇଥାଏ ପରେ ମତ୍ସ୍ୟଜୀବୀମାନେ ମଧ୍ୟ ଏକଥା ଜାଣିପାରିଥିଲେ ଯେ, ସେମାନେ ଏକ ମୂଲ୍ୟବାନ ଜିନିଷକୁ ପାଇଛନ୍ତି ଏହାପରେ ସେମାନେ ତାକୁ କୂଳକୁ ନେଇ ତାପେଟରେ ଅଛି ଜାଣିବାକୁ ଚାହିଁଥିଲେ ଏହି ଘଟଣାଟି ପରେ ଚାରିଆଡ଼େ ପ୍ରଘଟ ହୋଇଯାଇଥିଲା ତେବେ ଏହି ପ୍ରଚୁର ଅର୍ଥକୁ ନିଜର ବିବାହ ସୁନ୍ଦର ଘର କିଣଇବାରେ ବିନିଯୋଗ କରିବେ ବୋଲି ଜଣେ ମତ୍ସ୍ୟଜୀବୀ କହିଥିଲେ ଗତ ଜାନୁଆରୀ ମାସରେ ଥାଇଲାଣ୍ଡର ଜଣେ ୨୦ ବର୍ଷୀୟ ମତ୍ସ୍ୟଜୀବୀ ମଧ୍ୟ ଏପରି ଏକ୧. କୋଟି ବିଶିଷ୍ଟ ଏକ ମୂଲ୍ୟବାନ ଜିନିଷ ପାଇଥିଲେ