ଧାମରା ପାଖରେ ଲ୍ୟାଣ୍ଡଫଲ୍ କରିବ ‘ୟଶ୍’

ଧାମରା ପାଖରେ ଲ୍ୟାଣ୍ଡଫଲ୍ କରିବ ‘ୟଶ୍’

ବାଲେଶ୍ୱର:  ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ୟାସ’ ଧାମରା ନିକଟ ଦେଇ ସ୍ଥଳଭାଗ ଅତିକ୍ରମ କରିବ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ତେବେ ‘ୟଶ୍’ ଭଦ୍ରକ ଜିଲ୍ଲାର ଧାମରା ନିକଟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ଆସନ୍ତାକାଲି ସକାଳୁ ବାତ୍ୟାର ଲ୍ୟାଣ୍ଡଫଲ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯିବ । ତେବେ ବେଳକୁ ବେଳ ବାତ୍ୟା ନିକଟତର ହେଉଥିବାରୁ ଏହାର ଆଖି ଦୃଶ୍ୟମାନ ହେଇଥିବା ଜଣାପଡ଼ିଛି । ତେବେ ସାମୁଦ୍ରିକ ଝଡ଼ ‘ୟଶ୍’ ବର୍ତ୍ତମାନ ଘଣ୍ଟାପ୍ରତି ୧୦ କିମି ବେଗରେ ଗତି କରୁଥିବା ଜଣାପଡ଼ିଛି ।ତେବେ ବାତ୍ୟାର ପ୍ରକୋପରେ ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ଜୁଆର ୪ ମିଟର ଉଚ୍ଚତା ପର୍ଯ୍ୟନ୍ତ ମାଡ଼ି ଆସିବାର ଭୟ ରହିଛି । ବର୍ତ୍ତମାନ ବାତ୍ୟା ବଙ୍ଗୋପସାଗରରୁ ଶକ୍ତି ସଞ୍ଚୟ କରି ଆଗକୁ ଗତି କରୁଛି । ପ୍ରବଳ ପବନର ପ୍ରଭାବରେ ବଡ଼ ବଡ଼ ଗଛ ଉପୁଡ଼ିବା ସହ, ଆଜବେଷ୍ଟସ୍ ଘର, ପୁରୁଣା କୋଠା ଭାଙ୍ଗିବାର ସମ୍ଭାବନା ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଦାଦୀପ ଓ ଧାମରାରେ ୪ ନମ୍ବର ବିପଦ ସଙ୍କେତ ଜାରି କରାଯାଇଥିବା ଜଣାପଡ଼ିଛି ।