ଭୁବନେଶ୍ୱର: ବାତ୍ୟା ୟଶ୍ ଓଡିଶା ଭଦ୍ରକ ଏବଂ ବାଲେଶ୍ୱର ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ବୋଲି ସେ କହିଛନ୍ତି । । ତେବେ ଏହା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସମୁଦ୍ର ମଧ୍ୟରେ ଅଧିକ ସମୟ ଯାଏଁ ରହି ଏକ ସାମୁଦ୍ରିକ୍ ଝଡର ରୂପ ନେଇସାରିଛି । ଏହା ଆସନ୍ତା ୨୬ ତାରିଖରେ ଲ୍ୟାଣ୍ଡଫଲ୍ କରିବ । ଏହାର ଘଣ୍ଟାପ୍ରତି ବେଗ ୧୨୦–୧୬୫ କିମି ପର୍ଯ୍ୟନ୍ତ ରହିବ ବୋଲି ସେ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ, ବାଲେଶ୍ୱରରେ ପାଖାପାଖି ସ୍ଥଳଭାଗ ଛୁଇଁପାରେ ଅତି ଭୀଷଣ ସାମୁଦ୍ରିକ ଝଡ ୟଶ୍ । ଆଜି ଦକ୍ଷିଶ ଉପକୂଳ ଓଡିଶାରେ ମଧ୍ୟମ ଧରଣର ବାର୍ଶ ଆଶଙ୍କା ରହିଛି । ବର୍ତ୍ତମାନ ୪ କିମି ବେଗରେ ଆଗଉଛି ୟଶ୍ । ତେବେ ଏହାର ମୁକାବିଲା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ବାତ୍ୟା ଭୟଙ୍କର ହେଉଥିବାରୁ ରାଜ୍ୟ ସରକାର ଏ ନିଷ୍ପତି ନେଇଛନ୍ତି ।