କରୋନାରେ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ଯଶୋବନ୍ତ ମହାପାତ୍ରଙ୍କ ଦେହାନ୍ତ

କରୋନାରେ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ଯଶୋବନ୍ତ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର:  କରୋନାରେ ପ୍ରସିଦ୍ଧ ଭାସ୍କର୍ୟ୍ୟ ଶିଳ୍ପୀ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ଯଶୋବନ୍ତ ମହାପାତ୍ରଙ୍କ ଆଜି ଦେହାନ୍ତ ହୋଇଛି କରୋନା ମହାମାରୀ ଗୋଟିଏ ପରେ ଗୋଟିଏ ପ୍ରାଣ ନେଇଗଲାଣି ୧୨ ଦିନ ମଧ୍ୟରେ ଗୋଟିଏ ପରିବାରର ଜଣ ପୁରୁଷଙ୍କ ମୁଣ୍ଡ ଗଡ଼ାଇଲାଣି ମହାମାରୀ କରୋନା ବୁଧବାର ସ୍ୱର୍ଗତ ମହାପାତ୍ରଙ୍କ ସାନପୁଅ ତଥା କ୍ରିକେଟର୍ ପ୍ରଶାନ୍ତ ମହାପାତ୍ରଙ୍କ ଦେହାନ୍ତ ହୋଇଯାଇଥିଲା ଆଉ ସେ ଦିନ ଥିଲା ସ୍ୱର୍ଗତ ମହାପାତ୍ରଙ୍କ ଦଶାହ ଦିବସ ତେବେ ବଡ଼ ଅଭାବନୀୟ ଘଟଣାକ୍ରମେ ଆଜି ତାଙ୍କ ବଡ଼ପୁଅ ତଥା ପ୍ରଶାନ୍ତଙ୍କ ବଡ଼ଭାଇ ଯଶୋବନ୍ତ ମହାପାତ୍ର କରୋନାରେ ପ୍ରାଣ ହରାଇଛନ୍ତି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ହୋଇଛି ତାଙ୍କୁ ୫୨ ବର୍ଷ ହୋଇଥିଲା ବାପାଙ୍କ ୧୧ଦିନରେ ବଡ଼ପୁଅ ମଧ୍ୟ ଆଖି ବୁଜିଦେବା ଭଳି କରୁଣ ଘଟଣା ସାଧାରଣରେ ଦୁଃଖ ଖେଳାଇ ଦେଇଛି ପଦ୍ମବୀଭୂଷଣ ରଘୁନାଥ ମହାପାତ୍ର ମଧ୍ୟ କରୋନା କାରଣରୁ ପ୍ରାଣ ହରାଇଥିଲେ ମାତ୍ର ୧୨ ଦିନ ମଧ୍ୟରେ ଗୋଟିଏ ପରିବାରର ଜଣ ସଦସ୍ୟଙ୍କ ପ୍ରାଣ ନେଲାଣି ଘାତକ କରୋନା