Quantum Mirror

ସମ୍ବଲପୁରରେ ଆରମ୍ଭ ହେବ ଆଉ ଗୋଟିଏ କୋଭିଡ ଡାକ୍ତରଖାନା

ସମ୍ବଲପୁରରେ ଆରମ୍ଭ ହେବ ଆଉ ଗୋଟିଏ କୋଭିଡ ଡାକ୍ତରଖାନା

ସମ୍ବଲପୁର : ସମ୍ବଲପୁର ସହରରେ  ଆଉ ଏକ ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ ଡାକ୍ତରଖାନା ଆରମ୍ଭ ହେବ। ଏହି ଡାକ୍ତରଖାନାକୁ ବିକାଶ ଗ୍ରୁପ ପରିଚାଳନା କରିବ। ଏହି ମେଡିକାଲରେ ୮୦ଟି ଏଚଡିୟୁ ସହ ୨୦ଟି ଆଇସିୟୁ ଏବଂ ୧୦ଟି ଭେଣ୍ଟିଲେଟର ରହିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ସମ୍ବଲପୁରରେ ଏକ ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ ସମସ୍ତ ସହଯୋଗ ରହିବ।  ଏହି ବୈଠକରେ ସମ୍ବଲପୁର ଜ଼ିଲ୍ଲାପାଳ ଶୁଭମ ସକ୍ସେନାଙ୍କ ସମେତ ପ୍ରଶାସନର ସମସ୍ତ ଅଧିକାରୀ, ବିକାଶ ଗ୍ରୁପର କର୍ମକର୍ତ୍ତା, ସମ୍ବଲପୁର କୋଭିଡ ନୋଡାଲ ଅଧିକାରୀ ଉପସ୍ଥିତ ରହିଥିଲେ। ତୃତୀୟ ଲହର ପାଇଁ ରାଜ୍ୟ ସରକାର ସମ୍ପୁର୍ଣ୍ଣ ପ୍ରସ୍ତୁତ ରହୁଛନ୍ତି। ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ସେହିପରି କଳା କବକ (ବ୍ଲାକ ଫଙ୍ଗସ)କୁ ନେଇ କହିଛନ୍ତି ଏପର୍ୟ୍ୟନ୍ତ ଓଡ଼ିଶାରେ ୨୫ ଜଣ କଳା କବକ ରୋଗୀ ଚିହ୍ନଟ ହୋଇଛନ୍ତି ଆଉ ସେଥି ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। କଳା କବକ ପାଇଁ ଔଷଧ କେବଳ କେନ୍ଦ୍ର ଅଧିନରେ ରହିଛି। ଓଡ଼ିଶାକୁ କେବଳ କେନ୍ଦ୍ର ୧୦୦ଟି ଭାଲବ ଦେଇଥିଲେ। ଆଉ ଔଷଧ ଦେବାପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×