Quantum Mirror

ଆଉ ଜଣେ ସାମ୍ବାଦିକ କରୋନ।ର ଶିକାର

ଆଉ ଜଣେ ସାମ୍ବାଦିକ କରୋନ।ର ଶିକାର

ଭୁବନେଶ୍ୱର :ଆଜି ରାଜ୍ୟ ଆଉ ଜଣେ ଦକ୍ଷ ଯୁବ ମହିଳା ସାମ୍ବାଦିକା ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ Voice of SOA Community 90.4 ରେ କାର୍ଯ୍ୟରତ Production Executive cum RJ ସବନମ ସିରିନ ଙ୍କର କୋଭିଡ ଯୋଗୁଁ ଭୁବନେଶ୍ୱର ଏମ୍ସ ଠାରେ ମୃତ୍ୟୁ ଘଟିଛି | ଗତ କିଛି ଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇଥିଲେ | ସଂକ୍ରମିତ ହେବାପରେ ସେ କିଛିଦିନ ସଙ୍ଗରୋଧରେ ଥିଲେ ମାତ୍ର ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଏମ୍ସ କୁ ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ଘଟିଛି | ତାଙ୍କ ସ୍ୱାମୀ ମଧ୍ୟ କରୋନା ଆକ୍ରାନ୍ତ ହୋଇ ଗତ କିଛି ଦିନ ହେଲା ଭୁବନେଶ୍ଵର AIIMS ଠାରେ ଚିକିଶ୍ଚିତ ହେଉଛନ୍ତି | ତାଙ୍କର ଗୋଟେ ଛୋଟ ଝିଅଟିଏ ଅଛି | Microbiology ରେ M.Sc ଓ ସାମ୍ବାଦିକତା ପାଠ୍ୟକ୍ରମ ଶେଷ କରି ସେ Kanak News, STV, ପର୍ଯ୍ୟବେକ୍ଷକ ଓଡ଼ିଆ ଦୈନିକ ଓ News7 ରେ କାର୍ଯ୍ୟ କରିଥିଲେ | ଭୁବନେଶ୍ୱର DD Odia News ରେ ଜଣେ ସାମ୍ବାଦିକ – ଉପସ୍ଥାପିକା ଭାବେ ମଧ୍ୟ ସେ ଜଣାଶୁଣା ଥିଲେ।

SOA Community ରେଡ଼ିଓରେ ତାଙ୍କ କାର୍ଯ୍ୟକ୍ରମ ଥିଲା ଅନନ୍ୟ | ବାଲ୍ୟ ବିବାହ ଭଳି ଅନେକ କୁସଂସ୍କାର ପ୍ରଥା ସମ୍ବନ୍ଧରେ ସେ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ। ଦୂରଦର୍ଶନର ଅନେକ ସମାଜ ସଂସ୍କାର ମୂଳକ କାର୍ଯ୍ୟକ୍ରମ ଉପସ୍ଥାପନ କରିବା ସହ ଭୁବନେଶ୍ୱରର ବସ୍ତି ଅଞ୍ଚଳର ଲୋକଙ୍କ ଉନ୍ନତି ପାଇଁ ସେ ଉଦ୍ୟମ କରିଥିଲେ | ତାଙ୍କ ଭଳି ସମାଜ ସଂସ୍କାରକ ତଥା କାର୍ଯ୍ୟରତ ଯୁବ ମହିଳା ସାମ୍ବାଦିକ ଅତି ବିରଳ | ତାଙ୍କ ପରଲୋକରେ ସୋଆ, ନିୟୁଜ ସେଭେନ ଓ ପ୍ରମେୟ ପରିବାର ପକ୍ଷରୁ ଅଶ୍ରୁପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି |

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×