ହିନ୍ଦୁଜା ଗ୍ରୁପର ପ୍ରମୁଖ କମ୍ପାନୀ ଅଶୋକ ଲେଲାଣ୍ଡର ଚେୟାରମ୍ୟାନ ଆରଜେ ଶାହାନୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଶାହାନୀ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ଏହି କମ୍ପାନୀର ପ୍ରଥମ ଭାରତୀୟ ଏମଡି ଥିଲେ। ସେ ୧୯୭୮ରୁ ୧୯୯୮ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ। ଏହା ପରେ, ସେ ୨୦୧୦ ପର୍ଯ୍ୟନ୍ତ କମ୍ପାନୀର ଚେୟାରମ୍ୟାନ ମଧ୍ୟ ଥିଲେ। ଅଶୋକ ଲେଲାଣ୍ଡ କମ୍ପାନୀ ତାଙ୍କୁ ଏକ ଭବିଷ୍ୟଦ୍ରଷ୍ଟା ଭାବରେ ବର୍ଣ୍ଣନା କରିଛି। ଉତ୍ପାଦନ, ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜିରେ ସେ କମ୍ପାନୀକୁ ଏକ ଦୃଢ ମୂଳଦୁଆ ଦେଇଥିଲେ। ଶାହାନୀଙ୍କ ଯୋଜନା ଯୋଗୁ ଅଶୋକ ଲେଲାଣ୍ଡ ବ୍ୟବସାୟ ବହୁଗୁଣିତ ହୋଇଛି। ଭାରୀ ଏବଂ ବାଣିଜି୍ୟକ ଯାନ ଉତ୍ପାଦନ କରୁଥିବା ଅଶୋକ ଲେଲାଣ୍ଡ ପକ୍ଷରୁ କୁହାଯାଇଛି ଯେ, ଏକ ସମୟ ଥିଲା ଯେତେବେଳେ ଏହାକୁ ଏକ ବିଦେଶୀ କମ୍ପାନୀ ଭାବରେ ଦେଖାଯାଉଥିଲା। ଏହାଦ୍ୱାରା ଭାରତରେ ଏହାର ବ୍ୟବସାୟ ବିସ୍ତାର କରିବାକୁ କମ୍ପାନୀ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ଏଭଳି ସମୟରେ କମ୍ପାନୀର ସମ୍ପ୍ରସାରଣ ଯୋଜନା କରିବାକୁ ଶାହାନୀ ସାହସ ଦେଖାଇଥିଲେ। ତାଙ୍କର ଯୋଜନା ଏତେ ସଫଳ ହୋଇଥିଲା ଯେ କମ୍ପାନୀର ବ୍ୟବସାୟ ବୃଦ୍ଧି ପାଇଥିଲା
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।