Quantum Mirror

ଜୀବନ ପ୍ରଦୀପ ଦାସଙ୍କ ଅଡିଓ ଭାଇରାଲ ପ୍ରସଙ୍ଗ।

ଜୀବନ ପ୍ରଦୀପ ଦାସଙ୍କ ଅଡିଓ ଭାଇରାଲ ପ୍ରସଙ୍ଗ।

ଭୁବନେଶ୍ବର: ବିଜେପି ବିଜେଡିକୁ ଟାର୍ଗେଟ କଲା କଂଗ୍ରେସ। ବିଜେପି ବିଜେଡି ଗୋଟିଏ ଦଳ ବୋଲି ଯୋଉ ଅଭିଯୋଗ କଂଗ୍ରେସ କରୁଥିଲା ତାହା ଜୀବନଙ୍କ ଅଡିଓ ଟପ ପ୍ରମାଣିତ କରିଛି। ଚିଟଫଣ୍ଡ ସ୍କାମ ଭଳି ବିଭିନ୍ନ ଦୁର୍ନୀତିରେ ସୁରକ୍ଷା ପାଇଁ ଉଭୟ ଏକାଠି ହୋଇଛନ୍ତି। ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲା ବିଜେପି। ଏଭଲି ମନ୍ତବ୍ୟ ଜଣେ ବରିଷ୍ଠ ନେତାଙ୍କ ମୁହଁରେ ସମୀଚିନ ନୁହେଁ। ଶସ୍ତା ମନ୍ତବ୍ୟ ଦେଇ ସେ ନିଜର ବିଶ୍ୱାସନୀୟତା ହରାଇଛନ୍ତି। କଂଗ୍ରେସ ନିଜର ସ୍ଥିତି ଜାହିର କରିବାକୁ ଏଭଳି କହୁଛି। କହିଲେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

ବିଜେଡି ରଖିଲା ପ୍ରତିକ୍ରିୟା। ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀ ହେବାକୁ ଜୀବନ ପ୍ରଦୀପ ଆଶାୟୀ ଥିଲେ। ଟିକେଟ ନ ପାଇବାରୁ ସେ ଏଭଳି କହିଛନ୍ତି। ଯେତେବେଳେ 2019 ରେ ସେ ଟିକେଟ ପାଇ ବିଜେପି ବିରୋଧରେ ଲଢୁଥିଲେ ସେତେବେଳେ କାହିଁ ଏ କଥା କହୁ ନଥିଲେ ବୋଲି କହିଛନ୍ତି ବିଜେଡି ବିଧାୟକା ପ୍ରମିଳା ମଲ୍ଲିକ। ସ୍ୱାର୍ଥରେ ବାଧା ଆସିବାରୁ ସେ ଏଭଳି କହିଛନ୍ତି। ଆମେ ସବୁବେଳେ ବିଜେପି ଆଉ କଂଗ୍ରେସଠୁ ସମଦୁରତା ରକ୍ଷା କରୁଛୁ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×