ଅଷ୍ଟ୍ରେଲିଆ ମଙ୍ଗଳବାରଠାରୁ ଭାରତରେ ଜାରି ରହିଥିବା କୋଭିଡ୍ ସଂକ୍ରମଣ କୁ ନଜରରେ ରଖି ଭାରତରୁ ସମସ୍ତ ସିଧା ଯାତ୍ରୀବାହୀ ବିମାନ ଉଡ଼ାଣ ଉପରେ ରୋକ ଲଗାଇଛି। ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ଆସନ୍ତା ମେ’ ୧୫ ତାରିଖ ପର୍ଯ୍ୟନ୍ତ ଭାରତରୁ କୌଣସି ବିମାନ ଅଷ୍ଟ୍ରେଲିଆ ଯିବ ନାହିଁ।ପୂର୍ବରୁ ଥାଇଲାଣ୍ଡ, ସିଙ୍ଗାପୁର, ବାଂଲାଦେଶ ଓ ବ୍ରିଟେନ ଭଳି କେତେକ ଦେଶ ଭାରତରୁ ହେବାକୁ ଥିବା ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି। ଭାରତରେ ଗତ ୬ ଦିନ ଭିତରେ ସଂକ୍ରମଣର ନୂଆ ମାମଲା ୩ ଲକ୍ଷ ପାର୍ ହୋଇଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରମୁଖ ଅଧନମ୍ ଘେବ୍ରେସସ୍ କହିଛନ୍ତି, ‘ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଭାରତରେ ମହାମାରୀ କାରଣରୁ ସ୍ଥିତି ହୃଦୟ ବିଦାରକ ରହିଛି’।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ