ଉତ୍ତରପ୍ରଦେଶର ଅରାୟା ଜନପଦରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ବର ହିନ୍ଦୀ ଖବରକାଗଜ ପଢ଼ିନପାରିବାରୁ ବାହାଘର ଭାଙ୍ଗିଯାଇଛି । ଏହା ସହ ବର ପକ୍ଷ ବିରୋଧରେ ଅଭିଯୋଗ ମଧ୍ୟ ହୋଇଛି । ତେବେ ଖବରକାଗଜ ପଢ଼ିନପାରିବା ଅର୍ଥ ଏହା ନୁହେଁ ଯେ ବର ଅଶିକ୍ଷିତ । ବରଂ ଦୃଷ୍ଟିଶକ୍ତିର ସମସ୍ୟା ଯୋଗୁଁ ସେ ପଢ଼ିବାକୁ ଅକ୍ଷମ ହୋଇଥିଲା, ଯାହାକି ବର ପାଇଁ ଅଭିଶାପ ହୋଇଗଲା । ବାହାଘର ଭାଙ୍ଗିବା ସହିତ ମାମଲା ବି ରୁଜୁ ହୋଇଗଲା । ତେବେ ଅରାୟା ଜିଲ୍ଲାର ଜମାଲିପୁର ବାସିନ୍ଦା ଅର୍ଜୁନ ସିଂ ନିଜ ଝିଅ ଅର୍ଚ୍ଚନାଙ୍କ ବାହାଘର ଶିବମ ନିବାସୀ ବଂଶୀ ପୋଲିସ ଷ୍ଟେସନ ଅଛଲଦାଠାରେ ସ୍ଥିର କରିଥିଲେ । ଉଚ୍ଚଶିକ୍ଷିତ ଯୁବକକୁ ଦେଖି ଅର୍ଜୁନ ସିଂ ପ୍ରଥମ ନଜରରେ ପୁଅ ପସନ୍ଦ କରିଥିଲେ । ଏହା ପରେ ସମସ୍ତ ପ୍ରସ୍ତୁତି ସହ ନିର୍ଦ୍ଦିଷ୍ଟ ତାରିଖରେ ବାହାଘର ଠିକ୍ ହୋଇଥିଲା । କନ୍ୟାଘର ପକ୍ଷରୁ ଯୌତୁକ ବାବଦକୁ ମୋଟରସାଇକେଲ୍ ଏବଂ ନଗଦ ଦେବା ଧାର୍ଯ୍ୟ ହୋଇଥିଲା । ଏହା ପରେ ସ୍ଥିର ତାରିଖ ତଥା ଜୁନ୍ ୨୦ ରେ ଘରକୁ ବରଯାତ୍ରୀ ଆସିଥିଲା ଓ ବାହାଘରକୁ ଆରମ୍ଭ ହୋଇଗଲା ରୀତିନୀତି ।କିନ୍ତୁ ବିବାହ ସମୟରେ ବର ସବୁବେଳେ ଆଖିରେ ଚଷମା ପିନ୍ଧିବା କାରଣରୁ ଘରର ମହିଳାମାନେ ସନ୍ଦେହ କରିଥିଲେ । ଏହାକୁ ନେଇ ଯେତେବେଳେ ବର ସାଜିଥିବା ଶିବମଙ୍କୁ ବିନା ଚଷମାରେ ଖବରକାଗଜ ପଢ଼ିବାକୁ ଦିଆଗଲା, ସେବେ ଖୋଲିଲା ପୋଲ୍ । ବିନା ଚଷମାରେ ଶିବମ ଖବରକାଗଜ ପଢିପାରି ନଥିଲେ, କାରଣ ପୁଅକୁ ବିନା ଚଷମାରେ କିଛି ଦେଖାଯାଏ ନାହିଁ । ଝିଅର ଏପରି ଟେଷ୍ଟ ଶିବମଙ୍କୁ ମହଙ୍ଗା ପଡିଲା । ଏହା ଦେଖିବା ପରେ ଅର୍ଚ୍ଚନା ତୁରନ୍ତ ବାହାଘର ପାଇଁ ମନା କରିଥିଲେ । ଅର୍ଚ୍ଚନାଙ୍କ ନିଷ୍ପତ୍ତିକୁ ଘରଲୋକେ ଗ୍ରହଣ କରିବା ସହ ବାହାଘର ଭାଙ୍ଗିଦେଇଥିଲେ ଓ ବର ପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।ଏହା ପରେ ଦୀର୍ଘ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବାହାଘର ଭାଙ୍ଗିବା ପରେ କନ୍ୟାଘର ଲୋକେ ଯୌତୁକ ବାବଦରେ ଦେଇଥିବା ନଗଦ ଟଙ୍କା, ଗାଡି ଫେରାଇବା କହିଥିଲେ ଓ ବାହାଘରରେ ଖର୍ଚ୍ଚ ହୋଇଥିବା ଟଙ୍କା କ୍ଷତିପୂରଣ ପାଇଁ ଦାବି କରିଥିଲେ । ପୁଅଘର ଲୋକେ ଏଥିପାଇଁ ମନାକରିବାକୁ ଝିଅ ପକ୍ଷ ଦ୍ୱାରା ମାମଲା ରୁଜୁ ହୋଇଥିବା ଜଣାପଡିଛି ।
ତାଜା ଖବର
ଗିରଫ ହେଲେ କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରାଟିଏମସି ନେତାଙ୍କୁ ଗୁଳିମାଡ‘ରାଜ୍ଯର ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’କାଳୀପୂଜାରେ ଅଘଟଣ : ଭୁବନେଶ୍ୱର ୧ନଂ ଅଣ୍ଡର ଗ୍ରାଉଣ୍ଡ ମାର୍କେଟ୍ରେ ଲାଗିଲା ନିଆଁ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ ।କଳାବଜାରୀ ନେଇ ଚାଲିଛି ଯାଞ୍ଚ : କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍ସାଇକ୍ଲୋନ୍ ପନିପରିବା ମୂଲ୍ୟ ବୃଦ୍ଧି କରିଛି |