ବେଜିଂ୧/୦୬ : ଚୀନରେ ପ୍ରଥମ ଥର ପାଇଁ ବାର୍ଡ ଫ୍ଲୁ ମିଳିଥିବା ଜଣାପଡ଼ିଛି । ଜଣେ ୪୧ ବର୍ଷୀୟ ଯୁବକଙ୍କ ଦେହରୁ ବାର୍ଡ ଫ୍ଲୁର H10N3ର ଷ୍ଟ୍ରେନ ମିଳିଛି । ଚୀନର ଜାତୀୟ ହେଲଥ କମିଶନ (ଏନଏଚସି) ଏନେଇ ସୂଚନା ଦେଇଥିବା ଜଣାପଡ଼ିଛି । ତେବେ ପୀଡ଼ିତ ଯୁବକଙ୍କ ଜଣକ ଚୀନର ଝେନଜିଆଙ୍ଗର ନିବାସୀ ବୋଲି ସ୍ପଷ୍ଟ ହୋଇଛି ।ଚାଇନାର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଏହା ନିଶ୍ଚିତ କରିଛନ୍ତି । ଏହି ବ୍ୟକ୍ତି ଚାଇନାର ଜୋନଜିଆଙ୍ଗର ବାସିନ୍ଦା । NHC କହିଛି ଯେ ଏହି ବ୍ୟକ୍ତି ଜ୍ୱର ଏବଂ ଅନ୍ୟାନ୍ୟ ଲକ୍ଷଣ ଦେଖାଇବା ପରେ ଗତ ଏପ୍ରିଲ ୨୮ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।ଏକ ମାସ ପରେ, ମେ ୨୮ରେ, H10N3 ଷ୍ଟ୍ରେନ୍ ଏହି ବ୍ୟକ୍ତିଙ୍କ ଶରୀରରେ ମିଳିଥିବାର ନିଶ୍ଚିତ ହୋଇଛି । ତେବେ ଏହି ବ୍ୟକ୍ତି କିପରି ଏଥିରେ ସଂକ୍ରମିତ ହୋଇଥିଲେ ସେ ସମ୍ପର୍କରେ NHC କୌଣସି ସୂଚନା ଦେଇନାହିଁ । ତଥାପି, H10N3 ଷ୍ଟ୍ରେନ୍ ସେତେ ଶକ୍ତିଶାଳୀ ନୁହେଁ ଏବଂ ଏହାର ଭୟାବହତା କମ ଥିବାରୁ ସେତେଟା ବିପଦ ନାହିଁ । NHC ଏହା ମଧ୍ୟ କହିଛି ଯେ ଏହି ଭାଇରସ୍ ଷ୍ଟ୍ରେନ୍ କୁ ବ୍ୟାପକ ପରିମାଣରେ ବିସ୍ତାର କରିବାର ସମ୍ଭାବନା ମଧ୍ୟ ବହୁତ କମ୍ ଅଛି ।ପୀଡିତଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ସେ ଖୁବଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ ହେବ । ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତରୀ ପରୀକ୍ଷଣରେ କେହି ସଂକ୍ରମିତ ହୋଇ ନ ଥିବା ଜଣାପଡିଛି।
ତାଜା ଖବର
ଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକସଂସଦରେ ଠେଲା ପେଲା; ପ୍ରତାପ ଷଡଙ୍ଗୀ ଆହତଶୀତରେ ଥରୁଛି ସାରା ଓଡ଼ିଶାବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ।