Quantum Mirror

ଭୁବନେଶ୍ୱରରେ କୋଭିଡ ସ୍ଥିତି ନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ

ଭୁବନେଶ୍ୱରରେ କୋଭିଡ ସ୍ଥିତି ନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଗତ ୧୦ ଦିନ ମଧ୍ୟରେ ସଂକ୍ରମଣ ସଂଖ୍ୟା କମିଛି । ଦିନକୁ ୯ଟି ସ୍ଥାନରେ କ୍ୟାମ୍ପ ହେଉଛି ଏବଂ ୩ ହଜାର ଟେଷ୍ଟ ହେଉଛି । ବର୍ତ୍ତମାନ ଆବଶ୍ୟକୀୟ ହସ୍ପିଟାଲ ଓ ଆମ୍ବୁଲାନ୍ସ ସେବା ଉପଲବ୍ଧ ରହିଛି । ସାଧାରଣ ଓ ଆଇସିୟୁ ବେଡ଼ ମଧ୍ୟ ଖାଲି ରହିଛି । ଗୃହ ସଂଗରୋଧରେ ଆକ୍ରାନ୍ତଙ୍କ ମଧ୍ୟରୁ ୭୫ ପ୍ରତିଶତ ତଥା ୧୫ ଶହରୁ ୧୬ ଶହ ଲୋକ ରହିଛନ୍ତି। ବର୍ତ୍ତମାନ କୋଭିଡ ପାଇଁ ଭୁବନେଶ୍ୱରରେ ୧୮ ଟି ଘରୋଇ ଏବଂ ୭ ଟି ସରକାରୀ ହସ୍ପିଟାଲ ଅଛି । ସେପଟେ ସ୍କୁଲ ଖୋଲିବା ପ୍ରସଙ୍ଗରେ ଯଦି ଭୁବନେଶ୍ୱରରେ ସ୍କୁଲ ଖୋଲିବ ତେବେ ଆବଶ୍ୟକ ଅନୁସାରେ ଟେସ୍ଟିଙ୍ଗ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଏମସି କମିଶନର । ରାଜଧାନୀ ରେ ଟେଷ୍ଟିଂ ର ଚାହିଦା ରହିଛି। ଏଯାବତ ରାଜଧାନୀ ରେ ୧୪୪୩ ଲୋକଙ୍କୁ ଫାଭିପୀରାଭିର ଦିଆଯାଇଛି। ସେପଟେ ତୃତୀୟ ପର୍ଯ୍ୟାୟ ସିରୋ ସର୍ଭେ ଶେଷ ହୋଇଥିବା ବେଳେ ଦିନେ ଦୁଇଦିନରେ ରିପୋର୍ଟ ଆସିବ। ଡେଥ୍ ଅଡିଟି ପାଇଁ ୩ଟା ଟିମ୍ ଗଠନ ହୋଇଥିବା ବେଳେ ସବୁଦିନ ଅଡିଟ କରି ସରକାରଙ୍କୁ ଜଣା ଯାଉଥିବା କହିଛନ୍ତି ବିଏମସି କମିଶନର।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×