Quantum Mirror

ଶୀତ ରୁତୁରେ ରାଜଧାନୀରେ କରୋନାର ମୁକାବିଲା ପାଇଁ ବିଏମସି ସମ୍ପୁର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ

ଶୀତ ରୁତୁରେ ରାଜଧାନୀରେ କରୋନାର ମୁକାବିଲା ପାଇଁ ବିଏମସି ସମ୍ପୁର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ

ଭୁବନେଶ୍ୱର: ବର୍ତ୍ତମାନ ରାଜଧାନୀର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଏନଫୋର୍ସମେଣ୍ଟ ଜାରି ରହିଥିବା ବେଳେ ସଚେତନତା କର୍ଯ୍ୟକ୍ରମ ମଧ୍ୟ ଚାଲୁଛି। ରାଜଧାନୀରେ ବିଭିନ୍ନ ହସ୍ପିଟାଲରେ ମଧ୍ୟ ବେଡ୍ ସଂଖ୍ୟା କମ୍ କରାଯାଇନାହିଁ । ଧନତେରାସ୍ ରହିଥିବାରୁ ତିନୋଟି ଜୋନ୍ ର ଜେଡିସିମାନେ ନିଜ ନିଜ ଏରିଆର ଗହଣା ଦୋକାନ ଉପରେ ନଜର ରଖିଛନ୍ତି । ଏହାସହ ଆଜି ହୋଟେଲ ଏବଂ କଲ୍ୟାଣ ମଣ୍ଡପ ସଂଘ ସହ ବିଏମସି କଥା ହୋଇଛି। ଆଗକୁ ବାହାଘର ଋତୁ ଥିବାରୁ କିଭଳି ମଣ୍ଡପରେ ଭିଡ ନିୟନ୍ତ୍ରଣ ହେବ ସେନେଇ ମଧ୍ୟ ବିଏମସି ଗୁରୁତ୍ୱ ଦେଉଛି। ଖୁବ୍ ଶୀଘ୍ର ଏକ ନୂଆ ଗାଇଡ୍ ଲାଇନ ଆଣିବ ବିଏମସି । ରିକ୍ସ ନେବା ମୁଡ୍ ରେ ନାହୁଁ, ଆମେ ସମ୍ପୁର୍ଣ୍ଣ ପ୍ରସ୍ତୁତ କରୋନାର ଦ୍ଵୀତୀୟ ଲହରୀ ସଂକ୍ରମଣର ମୁକାବିଲା ପାଇଁ ବୋଲି କହିଛନ୍ତି ବିଏମସି କମିଶନର।

ବିବାହ ଋତୁ, ଶୁଦ୍ଧି କ୍ରିୟା ଓ ଶବ ଦାହ ପାଇଁ ବିଏମସି ଜାରି କଲା ସ୍ବତନ୍ତ୍ର ଗାଇଡ ଲାଇନ। ସମ୍ଭାବ୍ୟ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ନେଇ ବିଏମସି ଗାଇଡ ଲାଇନ ଜାରି କରିଛି। ରାଜଧାନୀ ରେ ବିବାହ ପାଇଁ ସର୍ବାଧିକ ୧୦୦ ଏବଂ ଶୁଦ୍ଧି କ୍ରିୟା ରେ ୫୦ ଜଣଙ୍କୁ ଅନୁମତି। କୋଭିଡ କଟକଣା ନେଇ ଆୟୋଜକ ସମସ୍ତ ବ୍ୟବସ୍ଥା କରିବେ। ସ୍ଥାନୀୟ ଥାନା ଓ ବିଏମସିର ଅନୁମତି ଜରୁରୀ। ବିନା ପ୍ରୋସେସନରେ ହେବ ବାହାଘର। ଲକ୍ଷଣ ଥିଲେ ଉଭୟ ଉତ୍ସବ କୁ ମନା। ଏହାସହ ଗର୍ଭବତୀ, ବୟସ୍କ, ୧୦ ବର୍ଷରୁ କମ୍ ଶିଶୁଙ୍କୁ ବାରଣ। ପ୍ରବେଶ କଲା ପୂର୍ବରୁ ଥର୍ମାଲ ସ୍କ୍ରିନିଂ, ମାସ୍କ ଓ ୬ ଫୁଟ ର ଦୂରତା ବାଧ୍ୟତାମୂଳକ। ଭିତରେ ପାନ ଓ ଗୁଟଖା ଖାଇବା ମନା। ଆସନ୍ତା ୨୫ ତାରିଖ ରୁ ଏହି ସମସ୍ତ କଟକଣା ଲାଗୁ ହେବ।

 

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×