Quantum Mirror

କୋରୋନା ସ୍ଥିତି ନେଇ ବିଏମସି କମିଶନର ଙ୍କ ସାମ୍ବାଦିକ ସମ୍ମିଳନୀ

କୋରୋନା ସ୍ଥିତି ନେଇ ବିଏମସି କମିଶନର ଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର: ରାଜଧାନୀ ରେ କୋରୋନା ସ୍ଥିତି ନେଇ ବିଏମସି କମିଶନର ଙ୍କ ସାମ୍ବାଦିକ ସମ୍ମିଳନୀ। ଦୁଇଟି କୋଭିଡ଼ି କେୟାର ସେଣ୍ଟର (ସିସିସି) ବନ୍ଦ ହୋଇଛି। ଜାମୁଝାଡ଼ି ଓ ଜଟଣୀ ରେ ଥିବା ଏହି ସିସିସି ରେ ୭୫୦ ବେଡ଼ ଥିଲା। ଏହାସହ ସରକାରୀ ଅଧୀନରେ ୧୮ଟି ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଆଜି ଦିନରେ ୩ ହଜାରୁ ଅଧିକ ଆକ୍ଟିଭ କେସ ଭୁବନେଶ୍ୱରରେ ରହିଛି ଏବଂ ୨୨ ହାଜରରୁ ଉର୍ଦ୍ଧ୍ବ ଲୋକ ସୁସ୍ଥ ହୋଇସାରିଲେଣି। ୭୫ ପ୍ରତିଶତ ରୋଗୀ ହୋମ ଆଇସୋଲେସନରେ ରହି ସୁସ୍ଥ ହୋଇଛନ୍ତି। ଧୀରେ ଧୀରେ ମଧ୍ୟ କୋଭିଡ ହସ୍ପିଟାଲର ଆଇସିୟୁରୁ ରୋଗୀଙ୍କ ସଂଖ୍ୟା କମୁଛି। ସହରରେ ୪୦୫ଟି ଆଇସିୟୁ ବେଡ଼ ମଧ୍ୟରୁ ୩୦୫ ଟିରେ ରୋଗୀ ଚିକିତ୍ସତ ହେଉଛନ୍ତି । ୧୦୦ ଟି ବେଡ଼ ଫାଙ୍କା ରହିଛି।

ଡେଥ୍ ଅଡ଼ିଟି ପାଇଁ ତିନୋଟି ଟିମ ଗଠନ କରାଯାଇଛି। ୧୮ ଘରୋଇ ହସ୍ପିଟାଲଙ୍କୁ ଏଥିରେ ସଂମ୍ପୃକ୍ତି କରାଯାଇଛି। ନୋଡାଲ ଅଧିକାରୀଙ୍କ ସହାୟତା ରେ ଅଡିଟ୍ ହେବ, ସେହିଦିନ ସ୍ବାସ୍ଥ୍ୟ ବିଭାଗ କୁ ଜଣାଇ ଦିଆଯିବ। ଯାହାର କୋଭିଡ଼ ଡେଥ ହୁଏ ଡେଥ ରିପୋର୍ଟ ମଧ୍ୟ ମିଳିବ।

ଆଗକୁ ପାର୍ବଣ ରୁତୁ ଆସୁଥିବାରୁ ଆମକୁ ସତର୍କ ହେବାକୁ ପଡିବ ନଚେତ କରୋନାର ମାତ୍ରା ବଢ଼ିଯିବ। ୟୁରୋପ ର ଦେଶ ଗୁଡିକରେ ଭଲ ହୋଇଥିବା କରୋନା ପୁଣି ଫେରିଛି। ତେଣୁ ଆମକୁ ସତର୍କ ରହିବାକୁ ପଡିବ। ବିଏମସି ପକ୍ଷରୁ କରୋନା ସଚେତନତା ନିମନ୍ତେ ପ୍ରଚାର ଗାଡି ମାଧ୍ୟମରେ ସଚେତନ କରାଯାଉଛି ଏବଂ ଲୋକଙ୍କୁ ସଚେତନ ହେବାକୁ କୁହାଯାଉଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×