ଭୁବନେଶ୍ୱରରେ ଗଞ୍ଜାମର ମଡ଼େଲ। ସମ୍ପର୍କ ଅଭିଯାନ ମାଧ୍ୟ୍ୟମରେ ଏହାର ଶୁଭାରମ୍ଭ କରିଛି ବିଏମସି। ଆଜି ବରମୁଣ୍ଡର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହାର ପ୍ରଥମ ବୈଠକ ବସିଥିଲା। ଗଞ୍ଜାମରେ ସଂକ୍ରମଣ ସଂଖ୍ୟା କମୁଥିବା ବେଳେ ଖୋର୍ଦ୍ଧାରେ ବଢ଼ିବାରେ ଲାଗିଛି। ସମ୍ପର୍କ ଅଭିଯାନ ମାଧ୍ୟମରେ ସାଧାରଣ ଲୋକଙ୍କ ସହ ସମ୍ପର୍କକୁ ନିବିଡ କରି ଅଧିକ ସଚେତନ କରାଇବାକୁ ବିଏମସି ପ୍ରୟାସ କରିଛି। ବୈଠକର ଲକ୍ଷ୍ୟ ହେଉଛି ମହାମାରୀ ସମ୍ପର୍କରେ ସଚେତନ କରାଇବା, ମହାମାରୀ ନିୟମାବଳୀକୁ ବୁଝାଇବା, ଏହାଛଡା ଲୋକମାନେ ବିଏମସି ଠାରୁ କି ପ୍ରକାରର ସହଯୋଗ ଚାହୁଁଛନ୍ତି ଏବଂ ବିଏମସିର ଦୋଷତୃଟି କଣ ରହିଛି ସେ ସମ୍ପର୍କରେ ବିଏମସିକୁ ଜଣାଇବା। ବୈଠକରେ ବିଏମସି ଦକ୍ଷିଣ ପୂର୍ବ ଡେପୁଟି କମିଶନର ରବିନାରାୟଣ ଜେଠି, ବରିଷ୍ଠ ନାଗରିକ, ଯୁବ ବର୍ଗ, ପୂଜା କମିଟି, ସ୍ବେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା,ସମାଜସେବୀ, ମାର୍କେଟ ସଂଘ, ଆବାସିକ କଲ୍ୟାଣ ସଂଘ ଗୁଡିକୁ ଯୋଗ ଦେଇଥିଲେ।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।