ବାରାଣାସୀ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ଆଜି ଦିଲ୍ଲୀ ବିମାନବନ୍ଦରରେ ବୋମା ଧମକ ମିଳିବା ପରେ ଅଧିକାରୀମାନେ ବିମାନ ଯାଞ୍ଚ କରିଥିଲେ। 6E2211 ବିମାନଟି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସକାଳ ପ୍ରାୟ ୫ ଟାରେ ଉଡ଼ାଣ ଭରିବାର ଥିଲା ଏବଂ ବିମାନର କିଛି ମିନିଟ୍ ପୂର୍ବରୁ ରନୱେରେ ଅଟକା ଯାଇଥିଲା। ବୋମାରେ ଉଡାଇଦେବାକୁ ଧମକ ପରେ ସର୍ଚ୍ଚ ଅପରେସନ ଜାରି କରାଯାଇଛି। ବିମାନକୁ ତୁରନ୍ତ ଏକ ଆଇସୋଲେସନ ଓ୍ବେକୁ ନିଆଯାଇଛି। । ଘଟଣାସ୍ଥଳରେ ସୁରକ୍ଷାକର୍ମୀ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତେବେ ସମସ୍ତ ଯାତ୍ରୀଙ୍କୁ ଏମିରଜେନ୍ସି ଡୋର୍ ଦେଇ ବାହାରକୁ ବାହାର କରାଯାଇଥିଲା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏୟାରଲାଇନ୍ସର ସୂଚନା ଅନୁଯାୟୀ, ବିମାନର ଯାଞ୍ଚ ଚାଲିଛି। ସମସ୍ତ ସୁରକ୍ଷା ଯାଞ୍ଚ ଶେଷ ହେବା ପରେ ବିମାନକୁ ଟର୍ମିନାଲ ଅଣାଯିବ।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ