ଭୁବନେଶ୍ୱର ୧୦।୪ : ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖୁସି ଖବର । ଏଣିକି ସ୍କୁଲ୍ ରେ ମିଳିବ ଜାତିଗତ ଏବଂ ଅନ୍ୟାନ୍ୟ ଜରୁରୀ ପ୍ରମାଣ ପତ୍ର । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ରାଜସ୍ୱ ସଚିବ ବିଷ୍ଣୁପଦ ସେଠୀ । ଦଶମ ଶ୍ରେଣୀ ପିଲାମାନେ ଯେପରି ସହଜରେ ଜାତି ଓ ଅନ୍ୟାନ୍ୟ ପ୍ରମାଣ ପତ୍ର ପାଇପାରିବ, ସେ ନେଇ ବ୍ୟବସ୍ଥା କରିବାକୁ କୁହାଯାଇଛି । ଏଥିସହ ପ୍ରତ୍ୟେକ ସ୍କୁଲରେ ସ୍ଥାନୀୟ କ୍ୟାମ୍ପ କରି ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ଦିଆଯିବ ଏବଂ ସ୍କୁଲ ପରିସରରେ ଏସସି/ ଏସଟି, ଏସଇବିସି, ଓବିସି ସାର୍ଟିଫିକେଟ୍ ସହ ରେସିଡେନ୍ସ ଓ ଇନକମ୍ ସାର୍ଟିଫିକେଟ ପ୍ରଦାନ କରାଯିବ । ଏନେଇ ଚିଠିରେ ଉଲ୍ଲେଖ କରିଛନ୍ତି ରାଜସ୍ୱ ସଚିବ । ସମସ୍ତ ଜିଲ୍ଳାପାଳଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଖରା ଛୁଟି ପୁର୍ବରୁ ଏହି ପ୍ରମାଣ ପତ୍ର ପ୍ରସ୍ତୁତ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସୁଚନାଯୋଗ୍ୟ, ପୁର୍ବରୁ ଜାତିଗତ ପ୍ରମାଣ ପତ୍ର ଆବେଦନ କରି ମିଳିବା ପର୍ଯ୍ୟନ୍ତ ଅନେକ ସମୟ ଚାଲିଯାଉଥିଲା । ଯଦି ଏହା ସ୍କୁଲ୍ ରେ ହିଁ ଉପଲବ୍ଧ ହେବ ତେବେ ଛାତ୍ରଛାତ୍ରୀମାନଙ୍କୁ ଖୁବ୍ କମ୍ ଦିନରେ ସବୁ ପ୍ରକାର ପ୍ରମାଣପତ୍ର ମିଳିବାରେ ସହଜ ହୋଇଯିବ
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ