Quantum Mirror

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଛନ୍ତି କେନ୍ଦ୍ର ସରକାର

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଛନ୍ତି କେନ୍ଦ୍ର ସରକାର । ୫୦ରୁ ୬୨% ଯାଏ ଏମଏସପି ବୃଦ୍ଧିକୁ ନେଇ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛି । ଧାନ କ୍ୱିଣ୍ଟାଲ ପିଛା ଏମଏସପି ୧୯୪୦ ଟଙ୍କାକୁ ବୃଦ୍ଧି ନେଇ ନିଷ୍ପତ୍ତିି ନିଆଯାଇଛି । ୨୦୨୦-୨୧ରେ ଏହାର ମୂଲ୍ୟ ୧୮୬୮ ଟଙ୍କା ଥିବା ବେଳେ ୨୧-୨୨ରେ ଏହା ୧୯୪୦ ଟଙ୍କାକୁ ବୃଦ୍ଧି ପାଇଛି । ଧାନ ସହିତ ବାଜରା, ହରଡ, ରାଶି, ବିରିର ସର୍ବନିମ୍ନ ସହାୟକ ମୂଲ୍ୟ ବି ବଢିଛି । ରାଶି କ୍ୱିଣ୍ଟାଲ ପିଛା ୪୫୨ ଟଙ୍କା ବଢିଥିବା ବେଳେ ବିରି ଓ ହରଡ କ୍ୱିଣ୍ଟାଲ ପିଛା ୩ ଶହ ଟଙ୍କା ବଢିଛି । ବିଭିନ୍ନ ଖାଦ୍ୟଶସ୍ୟର ମୂଲ୍ୟବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସୂଚନା ଦେଇଛନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×