Quantum Mirror

ସାଇ ଇଣ୍ଟର୍ ନ୍ୟାସନାଲ୍ ସ୍କୁଲର ଚେୟାରମ୍ୟାନ୍ ବିଜୟ କୁମାର ସାହୁଙ୍କ ପରଲୋକ

ସାଇ ଇଣ୍ଟର୍ ନ୍ୟାସନାଲ୍ ସ୍କୁଲର ଚେୟାରମ୍ୟାନ୍ ବିଜୟ କୁମାର ସାହୁଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁଙ୍କ ଗୁରୁବାର ପରଲୋକ ଘଟିଛି । କରୋନା ପରବର୍ତ୍ତୀ ଜଟିଳତାରେ ସେ ଆକ୍ରାନ୍ତ ଥିଲେ । ହାଇଦ୍ରାବାଦସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ପ୍ରାଣ ହରାଇଛନ୍ତି । ସୂଚନାଯୋଗ୍ୟ ଯେ ସାଇ ଇଣ୍ଟର୍ ନ୍ୟାସନାଲ୍ ସ୍କୁଲର ଚେୟାରମ୍ୟାନ୍ ବିଜୟ ସାହୁ କରୋନା ସଂକ୍ରମିତ ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରରୁ ଏକ ଏୟାର୍ ଆମ୍ବୁଲାନ୍ସରେ ହାଇଦ୍ରାବାଦ ପଠାଯାଇଥିଲା । ତେବେ ଜୀବନ ସହ ଲଢ଼େଇ କରି ଆଜି ସେ ଆଖି ବୁଜିଦେଇଛନ୍ତି। ତାଙ୍କ ପରଲୋକ ଘଟିଥିବା ନେଇ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଲୋକ ସମ୍ପର୍କ ଅଧିକାରୀ ଶରତ କର ସ୍ପଷ୍ଟ କରିଛନ୍ତି । ବିଜୟଙ୍କ ଅବର୍ତ୍ତମାନ ଖବର ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟର ଜଣେ ସ୍ୱନାମଧନ୍ୟ ଶିକ୍ଷାବିତ୍ ଓ ସଫଳ ଉଦ୍ୟୋକ୍ତା ଡ. ବିଜୟ କୁମାର ସାହୁଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ମୂଳଦୁଆ ପକାଇ ବିଜୟ ବାବୁ ସରକାରୀ ଶିକ୍ଷା ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ତଥା ନୂଆ ଯୁଗର ଅୟମାରମ୍ଭ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥିସହ ଶୋକସନ୍ତପ ପରିବାର ବର୍ଗଙ୍କ ସମେତ ବିଜୟଙ୍କ ସମସ୍ତ ସମ୍ପର୍କୀୟ ଓ ଶୁଭେଚ୍ଛୁଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×