Quantum Mirror

ଓଡ଼ିଆ ଘରର ଛୁଇଁ ଆଳୁ ବେସର

ଓଡ଼ିଆ ଘରର ଛୁଇଁ ଆଳୁ ବେସର

ଓଡ଼ିଆ ଘରର ଛୁଇଁ ଆଳୁ ବେସର

ଆବଶ୍ୟକୀୟ ସାମଗ୍ରୀ – ଛୁଇଁ ୨ଟି, ମାଟି ଆଳୁ ୨୫୦ଗ୍ରା, ଆଳୁ ୨୫୦ଗ୍ରା, ସାରୁ ୧୦୦ ଗ୍ରା, ବାଇଗଣ ୧୦୦ଗ୍ରା, ବଢ଼ି ୫ଟି, ସୋରିଷ ୪ଚାମଚ, ଜିରା ୨ ଚାମଚ, ରସୁଣ ୮ କୋଲା, ପିଆଜ ୧ଟି, ଅଦା ୧/୨ ଇଞ୍ଚ, ଶୁଖିଲା ଲଙ୍କା ୨ଟି, ଫୁଟଣ ୧ ଚାମଚ, ଧଣିଆପତ୍ର ୧ ବିଡ଼ା, ରିଫାଇନ ତେଲ ୬ ଚାମଚ, ବଡ଼ ଟମାଟୋ ୧ଟି, ହଳଦୀ ଗୁଣ୍ଡ ୨ଚାମଚ, ଲଙ୍କାଗୁଣ୍ଡ ୨ଚାମଚ, ଆବଶ୍ୟକ ଅନୁଯାୟୀ ଲୁଣ

ପ୍ରସ୍ତୁତି ପ୍ରଣାଳୀ – ଜିରା, ସୋରିଷ, ରସୁଣ, ଅଦା, ଫାଳେ ପିଆଜକୁ ଗ୍ରାଇଣ୍ଡରରେ ବାଟି ଦିଅନ୍ତୁ। ଆଳୁ ଓ ବାଇଗଣକୁ ଲମ୍ବା ଲମ୍ବା କରି କାଟି ଦିଅନ୍ତୁ। ସାରକୁ ଦୁଇଫାଳ କରି କାଟନ୍ତୁ। ମାଟିଆଳୁକୁ ବଡ଼ ବଡ଼ ସାଇଜରେ କାଟିଦିଅନ୍ତୁ। ଛୁଇଁକୁ ୨ଇଞ୍ଚ ଲମ୍ବର କାଟି ରଖନ୍ତୁ। ଗ୍ୟାସରେ କଢ଼େଇକୁ ଗରମ କରି ତେଲ ଦିଅନ୍ତୁ। ତେଲ ତାତିଗଲେ ବଢ଼ିକୁ ପକାଇ ଲାଲ ହେବାଯାଏ ଭାଜି କାଢ଼ିଦିଅନ୍ତୁ। ଏବେ ତେଲରେ ମାଟିଆଳୁ, ସାରୁ, ଆଳୁ କୁ ଭାଜନ୍ତୁ। ଅଳ୍ପ ବାଦାମୀ ରଙ୍ଗ ହେଲାପରେ ସେଥିରେ ଲଙ୍କାଗୁଣ୍ଡ ପକାନ୍ତୁ। ୧୦ ସେକେଣ୍ଡ ପରେ ଟମାଟା କାଟି ପକାନ୍ତୁ। । ୧ ମିନିଟ ପରେ ବଟା ମସଲା, ହଳଦୀଗୁଣ୍ଡ ଓ ଲୁଣ ପକାଇ କଷନ୍ତୁ। ୫ ମିନିଟ ପରେ ଅଳ୍ପ ପାଣି ଦେଇ କଷନ୍ତୁ। ଏହିପରି ୧୦ ମିନିଟ ଯାଏ କଷନ୍ତୁ। ମସଲାରୁ ତେଲ ବାହାରିଲେ ସେଥିରେ ୨ ଗ୍ଲାସ ଗରମ ପାଣି ଦିଅନ୍ତୁ। ପାଣି ଫୁଟିଲା ପରେ ବାଇଗଣ ଓ ଛୁଇଁକୁ ପକାଇ ଢାଙ୍କି ଦିଅନ୍ତୁ। ୧୦ ମିନିଟ ପରେ ତରକାରୀକୁ ଅନ୍ୟ ଏକ ପାତ୍ରକୁ ଢ଼ାଳି ଦିଅନ୍ତୁ। ସେଥିରେ ଭଜା ବଢ଼ିକୁ ପକାଇ ଦିଅନ୍ତୁ।

ଅନ୍ୟ ଏକ ପାତ୍ର ନେଇ ଗ୍ୟାସରେ ବସାନ୍ତୁ। ତାପରେ ୧ ଚାମଚ ତେଲ ଦିଅନ୍ତୁ। ତେଲ ତାତିଗଲେ ସେଥିରେ ଶୁଖିଲା ଲଙ୍କା ଓ ଫୁଟଣ ପକାନ୍ତୁ। ୩୦ ସେକେଣ୍ଡ ପରେ ବଳକା ପିଆଜକୁ ଛୋଟ ଛୋଟ କରି କାଟି ପକାନ୍ତୁ। ପିଆଜ ବାଦାମୀ ରଙ୍ଗ ହେଲାପରେ ସେଥିରେ ପୂର୍ବ ପ୍ରସ୍ତୁତ ତରକାରୀକୁ ଢାଳି ଦିଅନ୍ତୁ। ତାପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ। ତା ଉପରେ ଧଣିଆପତ୍ରକୁ ଛୋଟ ଛୋଟ କରି କାଟି ଛିଞ୍ଚି ଦିଅନ୍ତୁ। ଏବଂ ଭାତ ସହ ଗରମ ଗରମ ପରଷନ୍ତୁ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×