Quantum Mirror

ଜଣେ ପିତାଙ୍କର ଖାମଖିଆଲି କାରଣରୁ ୧୧ ମାସର ଶିଶୁ ଟବ ଭିତରେ ବୁଡ଼ି ମୃତ୍ୟୁବରଣ

ଜଣେ ପିତାଙ୍କର ଖାମଖିଆଲି କାରଣରୁ ୧୧ ମାସର ଶିଶୁ ଟବ ଭିତରେ ବୁଡ଼ି ମୃତ୍ୟୁବରଣ

ନୂଆଦିଲ୍ଲୀ: ଜଣେ ପିତାଙ୍କର ଖାମଖିଆଲି ମନୋବୃତ୍ତି କାରଣରୁ ଜଣେ ଶିଶୁର ମୃତ୍ୟୁ ଘଟିଛି । ପିତାଜଣକ ନିଜ ୧୧ ମାସର ଶିଶୁକୁ ଟବରେ ବସାଇ ଦେଇ ଫୋନରେ ମଜ୍ଜି ରହିଥିଲେ । ଏହି ସମୟରେ ଉକ୍ତ ବ୍ୟକ୍ତିଙ୍କର ୪ ବର୍ଷର ପୁଅ ଟ୍ୟାପକୁ ଖୋଲି ଦେଇଥିଲା । ଫଳରେ ଶିଶୁଟି ଟବ ଭିତରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ହରିୟାଣାର ଜିନ୍ଦ ଜିଲ୍ଲାରେ ଏହି ଘଟଣାଟି ଘଟିଥିବା ଜଣାପଡ଼ିଛି । ଇମ୍ପାଇଜ କଲୋନୀରେ ରହୁଥିବା ବିକ୍ରମ ନିଜର ଶିଶୁକୁ ବାଥ ଟବରେ ବସାଇବା ପରେ ତାଙ୍କର ଫୋନ ଆସିବାରୁ ସେ ସେଠାରୁ ଦୂରକୁ ଚାଲିଯାଇଥିଲେ । ଏହି ସମୟରେ ବିକ୍ରମଙ୍କର ୪ ବର୍ଷର ପୁଅ ଟବ ପାଖରେ ପହଞ୍ଚି ଟ୍ୟାପକୁ ଖୋଲି ଦେଇଥିଲା । ଫଳରେ ଶିଶୁଟି ପାଣିରେ ବୁଡ଼ିଯାଇଥିଲା । ଏହି ଘଟଣାର ୧୫ରୁ ୨୦ ମିନିଟ ପରେ ଶିଶୁଟିର ମାଆ ଟବ ନିକଟକୁ ଯାଇ ଶିଶୁକୁ ପାଣିରୁ ଉଠାଇ ହସ୍ପିଟାଲ ନେଇଥିଲେ । ମାତ୍ର ଡାକ୍ତର ଶିଶୁକୁ ମୃତ ଘୋଷିତ କରିଥିଲେ । ଜଣେ ପିତା ନିଜର ଖାମଖିଆଲି ମନୋବୃତ୍ତି ଯୋଗୁଁ ନିଜର ଶିଶୁକୁ ହରାଇଛନ୍ତି । ଏହି ଘଟଣାକୁ ନେଇ ବିକ୍ରମଙ୍କ ପରିବାର ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×