Quantum Mirror

ଔଷଧ ବ୍ୟବସାୟୀ ମାନଙ୍କୁ କୋବିଡ଼ ଯୋଦ୍ଧା ମାନ୍ୟତା ଦାବି

ଔଷଧ ବ୍ୟବସାୟୀ ମାନଙ୍କୁ କୋବିଡ଼ ଯୋଦ୍ଧା ମାନ୍ୟତା ଦାବି

ଭୁବନେଶ୍ୱର: ଔଷଧ ବ୍ୟବସାୟୀ ଙ୍କ ଚେତାବନୀ।ଦୋକାନୀ ମାନଙ୍କୁ କୋବିଡ଼ ଯୋଦ୍ଧା ମାନ୍ୟତା ଦାବି। ଔଷଧ ବ୍ୟବସାୟୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକାକରଣ କରାଯାଉ ନ ହେଲେ ରାଜ୍ୟର ପାୟ 20 ହଜାର ଔଷଧ ଦୋକାନ ବନ୍ଦ କରିବାକୁ ଚେତାବନୀ। ଚେତାବନୀ ଦେଲା ଖୋର୍ଦ୍ଧା district କେମିଷ୍ଟ ଅଣ୍ଡ drugist Association। ଆଜି ଭୁବନେଶ୍ୱରର ଅଟଳ ଭବନ ଠାରେ khorda District Chemists & Druggists Association ପକ୍ଷରୁ ଏକ ସାମ୍ବାଦିକ ସମିଳନୀ ଡକାଯାଇଥିଲା LOCKDOWN ହେଉ ବା SHUTDOWN ହେଉ ଔଷଧ ବ୍ୟବସାୟୀ ମାନେ ତାଙ୍କର ସେବା ଯୋଗେଇବାରେ କୌଣସି ପ୍ରକାର ହେଳା କରିନାହାନ୍ତି ବା ସଂକ୍ରମଣକୁ ଦେଖି କେବେ ପଛଘୁଞ୍ଚା ଦେଇନାହାନ୍ତି ଯାହାର ପରିଣାମ ସ୍ୱରୂପ ତାଙ୍କୁ ଏଠି ପାଇଁ ବହୁ ମୂଲ୍ୟ ଦେବାକୁ ପଡୁଛି।ଗତ ବର୍ଷରୁ ସରକାରଙ୍କୁ COVID ଯୋଦ୍ଧା ର ମାନ୍ୟତା ଦାବି କରିଆସୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ଆଶ୍ୱାସନା ମଧ୍ୟ ଦିଆଗଲାନାହିଁ । ବର୍ତ୍ତମାନ ର ଦ୍ଵିତୀୟ ପର୍ଯ୍ୟାୟ Covid ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇଛି।ଏଥରର ସଂକ୍ରମଣ ବର୍ତ୍ତମାନ ସୁଦ୍ଧା ଅନେକ ସଦସ୍ୟଙ୍କୁ ତାର ବଳୟ ଭିତରକୁ ଟାଣି ନେଇଛି.ଅନେକ ପ୍ରାଣ ତ୍ୟାଗ ମଧ୍ୟ କଲେଣି ଓ ରାଜ୍ୟରୁ ବହୁତ ଦୋକାନୀ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ।ବହୁବାର ସରକାରଙ୍କୁ ଜଣାଇଦିଆ ଯାଇଛି ଯେ ଅନେକ ସଂକ୍ରମିତ ବ୍ୟକ୍ତି ଔଷଧ କିଣିବାକୁ ଆସୁଛନ୍ତି କିନ୍ତୁ ଚିନ୍ତାର ବିଷୟ ଏମାନଙ୍କ ଭିତରୁ କେଉଁମାନେ ସଂକ୍ରମିତ ତାହା ଜାଣିବାର ଅବକାଶ ନାହିଁ ଫଳ ସ୍ୱରୂପ ଏହାର କୁପରିମାଣ ଦୋକାନୀ ,ତାଙ୍କ କର୍ମଚାରୀ ଓ ପରିବାରଙ୍କୁ ଭୋଗିବାକୁ ପଡୁଛି।
ରାଜ୍ୟରେ ପ୍ରାୟ ୨୦୦୦୦ ଔଷଧ ଦୋକାନୀ ଅଛନ୍ତି ,ସେହି ଅନୁସାରେ ସଂକ୍ରମଣ ବୃଦ୍ଧି ପାଇବା ସୁନିଶ୍ଚିତ . ତେଣୁ ସଂଘ ସରକାରଙ୍କ ଆଗରେ ଦାବି ରଖିଛି ଯେ ଯଥାଶୀଘ୍ର ଔଷଧ ବ୍ୟବସାୟୀ ମାନଙ୍କୁ covid ଯୋଦ୍ଧାର ମାନ୍ୟତା ଦେଇ ସ୍ୱତନ୍ତ୍ର ଓ ଅଗ୍ରାଧିକାର ଭିତିରେ ଟୀକାକରଣ କରାଯାଉ.ଏଠି ପାଇଁ ସଂଘ ମାନ୍ୟବର ମୁଖ୍ୟମନ୍ତ୍ରୀ , ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସମସ୍ତ ଜିଲ୍ଲାପାଳ ,ସ୍ବସ୍ଥାସେବା ନିର୍ଦେଶକଓ ଭେଷଜ ନିୟନ୍ତ୍ରଙ୍କ ଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି ଉତ୍ତର ମିଳୁନାହିଁ। ସରକାର ଆମ ଦାବି ନ ଶୁଣିଲେ ରାଜ୍ୟ 20 ହଜାର ଔଷଧ ଦୋକା ବନ୍ଦ କରିବାକୁ ସଂଘ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଚେତାବନୀ ଦେଇଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×