Quantum Mirror

କରୋନା ୩ୟ ତରଙ୍ଗ ଆଶଙ୍କା ! ବିହାରରେ ୨୪ ଘଣ୍ଟାରେ ୪ ଶିଶୁ ମୃତ, ଜଣଙ୍କ ଠାରେ କୋଭିଡ ଲକ୍ଷଣ

କରୋନା ୩ୟ ତରଙ୍ଗ ଆଶଙ୍କା ! ବିହାରରେ ୨୪ ଘଣ୍ଟାରେ ୪ ଶିଶୁ ମୃତ, ଜଣଙ୍କ ଠାରେ କୋଭିଡ ଲକ୍ଷଣ

ବିହାର ୩୧/୫: ବିହାର ଦରଭଙ୍ଗା ମେଡିକାଲ କଲେଜରେ ୪ ଶିଶୁଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଜଣେ ଶିଶୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା। ମାତ୍ର ଅନ୍ୟ ୩ ଜଣ ଶିଶୁଙ୍କ କରୋନା ରିପର୍ଟେ ନେଗେଟିଭ ଆସିଥିଲା। ଏହାରି ଭିତରେ ଦେଖାଦେଲାଣି ତୃତୀୟ ଲହର ସଂକଟ । ଦରଭଙ୍ଗା ମେଡିକାଲ କଲେଜ ହସପିଟାଲର କର୍ତ୍ତୃପକ୍ଷଙ୍କ କହିବା ମୁତାବକ, ପିଲାମାନେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେମାନଙ୍କଠାରେ ନିମୋନିଆ ଭଳି ଲକ୍ଷଣ ରହିଥିଲା । ପିଲାମାନଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ଡାକ୍ତରଖାନା ଅନୁଯାୟୀ, ଚାରି ପିଲାଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ୍ ହୋଇଥିବାବେଳେ ଅବଶିଷ୍ଟ ତିନିଜଣ କୋଭିଡ ରିପୋର୍ଟ ନେଗେଟିଭ ଥିଲା । ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସୁଥିବାବେଳେ ଏପରି ସ୍ଥିତିରେ ୨୪ ଘଣ୍ଟାରେ ୪ ପିଲାଙ୍କ ଜୀବନ ଯିବା ଚିନ୍ତାର ବିଷୟ ପାଲଟିଛି । ସେପଟେ ଏହି ଘଟଣା ପରେ ପିଲାମାନଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଜନ ଆଦିକର ପାର୍ଟି ସଭାପତି ପପୁ ଯାଦବ । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ କରୋନାରୁ DMCH ଦରଭଙ୍ଗାରେ କରୋନା ନେଇଛି ଚାରି ପିଲାଙ୍କ ଜୀବନ । ପ୍ରଥମ ଥର ପାଇଁ ଏଭଳି ସଂଖ୍ୟକ ପିଲା କରୋନା ଶିକାର ହୋଇଛନ୍ତି। ଏଥିରୁ ସ୍ପଷ୍ଟ ହେଲାଣି ଯେ, କରୋନାର ତୃତୀୟ ଲହର ଆରମ୍ଭ ହୋଇଗଲାଣି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×