Quantum Mirror

ରାଜ୍ୟରେ ଆଜି ଆଉ ୩୬୮୨ କରୋନା ପଜିଟିଭ

ରାଜ୍ୟରେ ଆଜି ଆଉ ୩୬୮୨ କରୋନା ପଜିଟିଭ

ରାଜ୍ୟରେ ଆଜି ସର୍ବାଧିକ ୩୦ ଜିଲ୍ଲାରୁ ୩୬୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୪୧ ଓ ସ୍ଥାନୀୟ ଅଞ୍ଚଳରୁ ୧୪୪୧ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪୬୬୮କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଖୋର୍ଦ୍ଧାରୁ ୭୭୫, ରାୟଗଡ଼ାରୁ ୪୯୫, କଟକରୁ ୩୬୯, ମୟୁରଭଞ୍ଜରୁ ୨୭୨, ଗଞ୍ଜାମରୁ ୧୭୪, ବରଗଡ଼ରୁ ୧୫୨, କୋରାପୁଟରୁ ୧୪୦, ସମ୍ବଲପୁରରୁ ୧୨୮, ପୁରୀରୁ ୧୧୫, ନୟାଗଡ଼ରୁ ୧୦୯, ଯାଜପୁରରୁ ୮୮, ବାଲେଶ୍ୱରରୁ ୮୭, ମାଲକାନଗିରିରୁ ୮୬, ବଲାଙ୍ଗୀରରୁ ୬୮, ଢ଼େଙ୍କାନାଳରୁ ୬୧, କେନ୍ଦୁଝରରୁ ୫୯, ଅନୁକୁଳରୁ ୫୬, ଭଦ୍ରକରୁ ୫୧,ଗଜପତିରୁ ୪୮, ଜଗତସିଂହପୁରରୁ ୪୪, କେନ୍ଦ୍ରାପଡ଼ାରୁ ୪୪, ଝାରସୁଗୁଡ଼ାରୁ ୪୩, କଳାହାଣ୍ଡିରୁ ୪୧, ନବରଙ୍ଗପୁରରୁ ୩୮, କନ୍ଧମାଳରୁ ୩୬, ସୋନପୁରରୁ ୨୭, ସୁନ୍ଦରଗଡ଼ରୁ ୨୭, ନୂଆପଡ଼ାରୁ ୨୩, ବୌଦ୍ଧରୁ ୧୪, ଦେଓଗଡ଼ରୁ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×