କରୋନା ନେଲା ଯାଆଁଳା ଭାଇଙ୍କ ଜୀବନ କରୋନା ନେଲା ଯାଆଁଳା ଭାଇଙ୍କ ଜୀବନ By Quantum Mirror On May 18, 2021 10 ନୂଆଦିଲ୍ଲୀ, ୧୮।୫: ଉତ୍ତରପ୍ରଦେଶର ମେରଠରେ କରୋନାର ହିଂସାତ୍ମକ ରୂପ ଦେଖିବାକୁ ମିଳିଛି । ସାଥୀ ହୋଇ ଭୂପୃଷ୍ଠରେ ପାଦ ଦେଇଥିବା ଯାଆଁଳା ଭାଇଙ୍କ ଜୀବନ ପ୍ରଦୀପ ଏକସଙ୍ଗେ ଲିଭିଯାଇଛି । ସୂଚନା ଅନୁଯାୟୀ, ମେରଠରେ ରହୁଥିବା ଗ୍ରେଗରୀ ରେମଣ୍ଡ ରାଫେଲଙ୍କ ଦୁଇ ଯାଆଁଳା ପୁଅ ଇଞ୍ଜିନିୟର ଥିଲେ । ଗତ ମାସ ୨୩ ତାରିଖରେ ଦୁଇଭାଇ ନିଜର ୨୪ତମ ଜନ୍ମଦିବସ ପାଳନ କରିଥିଲେ । ତେବେ ଏହା ସେମାନଙ୍କର ଶେଷ ଜନ୍ମ ଉତ୍ସବ ଥିଲା ବୋଲି ଦୁଇଭାଇ ଜାଣିନଥିଲେ । ଜନ୍ମଦିନର ପରଦିନ ଦୁଇଭାଇ କରୋନାରେ ଆକ୍ରାନ୍ତରେ ହୋଇଥିବା ବେଳେ ଏବେ ସେମାନଙ୍କର ମୃତ୍ୟୁ ଘଟିଛି । 10 Share