ସମ୍ବଲପୁର: କ୍ଷେତରାଜପୁର ଥାନାଧିକାରିଣୀ ମମତା ନାୟକଙ୍କ ସୂଚନାନୁଯାୟୀ, ଗତ ୨ ତାରିଖରେ ରେଳବାଇରେ କାର୍ଯ୍ୟରତ ବରିଷ୍ଠ ସେକ୍ସନ ଇଞ୍ଜିନିୟର ସୋମନାଥ ମିଶ୍ର ତାଙ୍କର ପୁତ୍ରର ଆକାଉନ୍ଟରେ ଟଙ୍କା ଭର୍ତ୍ତି କରିବା ପାଇଁ ଏସବିଆଇର କ୍ଷେତରାଜପୁର ଶାଖାର ଏଟିଏମକୁ ଦିନ ପ୍ରାୟ ୨ଟାରେ ଯାଇଥିଲେ। ମିଶ୍ରଙ୍କ ପୁତ୍ର ଭୁବନେଶ୍ୱରରେ ରହୁଥିବାରୁ ତାଙ୍କ ଟଙ୍କା ପଠାଇବା ପାଇଁ ୫୪ ହଜାର ଟଙ୍କା ଏଟିଏମରେ ଭର୍ତ୍ତି କରିଥିଲେ। ତେବେ କୌଣସି କାରଣରୁ ଟଙ୍କା ମେସିନ ଭିତରକୁ ଯିବା ପରେ ଟ୍ରାନଜେକ୍ସନ ବାତିଲ ହୋଇ ଯାଇଥିବା ବେଳେ ଟଙ୍କା ତକ ଭିତରେ ରହିଯାଇଥିଲା ଏବଂ ଏହାର ରସିଦ ମଧ୍ୟ ବାହାରି ନ ଥିଲା। ଏହା ପରେ ପୁତ୍ର ସହିତ କଥା ହେବାରୁ ଟଙ୍କା ପହଂଚି ନ ଥିବା ବେଳେ ୫୦ ହଜାରରୁ ଉର୍ଦ୍ଧ ଟଙ୍କା ରହିଥିବାରୁ ମେସିନ ମଧ୍ୟରେ ତାହା ଅଟକି ଯାଇଥିବ ବୋଲି ତାଙ୍କର ପୁତ୍ର ମିଶ୍ରଙ୍କୁ କହିଥିଲେ। ସେହି ସମୟରେ ଏଟିଏମରେ ଛିଡା ହୋଇଥିବା ଅନ୍ୟ ଜଣେ ଯୁବକ ତାଙ୍କର ଏଟିଏମରେ କାର୍ଯ୍ୟ ଥିବାର କହି ତାଙ୍କୁ ଏଟିଏମ ପରିସରରୁ ଚାଲିଯିବାକୁ କହିଥିଲେ। ଏଣୁ ଇଞ୍ଜିନିୟର ମିଶ୍ର ଟଙ୍କା ଏଟିଏମରେ ଅଟକି ଯାଇଥିବ ବୋଲି ଭାବି କୌଣସି ରସିଦ ନ ପାଇ ସେଠାରୁ ଚାଲି ଯାଇଥିଲେ। ଏହା ପରେ ସେ ୩ ତାରିଖରେ ବ୍ୟାଙ୍କର ଶାଖାରେ ଆକାଉନ୍ଟ କିମ୍ବା ପୁତ୍ରର ଆକାଉନ୍ଟରେ ଭର୍ତ୍ତି ହୋଇ ନ ଥିବାର ଅଭିଯୋଗ କରିବା ସହିତ ଘଟଣାବଳି କହିଥିଲେ। ବ୍ୟାଙ୍କ ଶାଖା ପରିଚାଳକ ଏଟିଏମର ଇଞ୍ଜିନିୟର ଆସିଲେ ଟଙ୍କା ତକ ବାହାର କରି ହସ୍ତାନ୍ତର କରିବେ ବୋଲି ପ୍ରତିଶୃତି ଦେଇଥିଲେ। ତେବେ ଗତ ୧୨ ତାରିଖରେ ଶାଖା ପରିଚାଳକ ଇଞ୍ଜିନିୟର ମିଶ୍ରଙ୍କୁ ଏଟିଏମରେ ଟଙ୍କା ଭର୍ତ୍ତି କରାଯିବା ଦିନ ହିଁ ଟଙ୍କା ଏଟିଏମରୁ ନିଆଯାଇ ସାରିଛି ବୋଲି ଜଣାଇଥିଲେ। ଏଣୁ ପିଡିତ ଗ୍ରାହକ ଶାଖା ପରିଚାଳକଙ୍କ ପରାମର୍ଶରେ କ୍ଷେତରାଜପୁର ଥାନାରେ ଅଭିଯୋଗ କରିଥିଲେ। ଏଣୁ ପୁଲିସ ତରଫରୁ ମାମଲା ସଂଖ୍ୟା ୧୩୦/୨୦୨୧ ରୁଜୁ କରାଯାଇ ବ୍ୟାଙ୍କର ସିସିଟିଭି ଫୁଟେଜ ଓ ଟ୍ରାନଜେକ୍ସନର ବିବରଣୀ ପ୍ରାପ୍ତ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା। ସାଇବର ପୁଲିସର ସହାୟତାରେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦାନୀପାଲି କୁଲତାପଡା ନିବାସୀ ସ୍ୱରୂପ ପାଢ଼ୀ (୨୬) ନାମକ ଜଣେ ଯୁବକଙ୍କୁ ପୁଲିସ ରବିବାର ଧରିଥିଲା। ଅଭିଯୁକ୍ତଙ୍କ ନିକଟରୁ ୫୪ ହଜାର ଟଙ୍କା ଓ ଏକ ମୋଟର ବାଇକ ଜବତ କରିଥିଲା। ଜବତ ଟଙ୍କା ପିଡିତ ବ୍ୟକ୍ତିଙ୍କୁ ଫେରାଇ ଦିଆଯାଇଥିବା ବେଳେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ବୋଲି କ୍ଷେତରାଜପୁର ପୁଲିସ କହିଛି।
ତାଜା ଖବର
ଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକସଂସଦରେ ଠେଲା ପେଲା; ପ୍ରତାପ ଷଡଙ୍ଗୀ ଆହତଶୀତରେ ଥରୁଛି ସାରା ଓଡ଼ିଶାବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ।