Quantum Mirror

ରାଜଧାନୀରେ ଲକଡାଉନ୍ ସମୟରେ ବିଚ୍ ରାସ୍ତାରେ ମହିଳାଙ୍କ ବେକ କାଟି ଲୁଟ୍ ଉଦ୍ୟମ

ରାଜଧାନୀରେ ଲକଡାଉନ୍ ସମୟରେ ବିଚ୍ ରାସ୍ତାରେ ମହିଳାଙ୍କ ବେକ କାଟି ଲୁଟ୍ ଉଦ୍ୟମ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ନୟାପଲ୍ଲୀ ଭିଆଇପି ରୋଡରେ ଜଣେ ଲୁଟେରା ଆସି ମହିଳାଙ୍କ ଉପରେ ଛୁରୀରେ ଆକ୍ରମଣ କରି ଲୁଟ୍ କରିବାକୁ ଉଦ୍ୟମ କରିଛି । ଏହା ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଯାଇଛି । ଏଥିରୁ ଜଣାପଡୁଛି ଯେ, ଲକଡାଉନ୍ ସମୟରେ ରୋଡରେ କେହି ନଥିବା ସମୟରେ ଉକ୍ତ ଲୁଟେରା ମାନେ ସକ୍ରିୟ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ, ନୟାପଲ୍ଲୀ ଭିଆଇପି ରୋଡରେ ମହିଳା ଜଣକ ପରିବା ଆଣିବା ପାଇଁ ଯାଉଥିବା ସମୟରେ ତାଙ୍କୁ ଏକ ଦୁର୍ବୁତ୍ତ ଏକୁଟିଆ ଦେଖି ଧାରୁଆ ଛୁରୀରେ ଆକ୍ରମଣ କରି ଲୁଟ କରିବା ପାଇଁ ଚେଷ୍ଟା କରିଥିଲା । ଏଥିରେ ମହିଳା ଜଣଙ୍କ ଆହାତ ହୋଇଛନ୍ତି । ବର୍ତ୍ତମାନ ମହିଳା ଜଣକ ଗୁରୁତର ଅବସ୍ଥାରେ ନୟାପଲ୍ଲୀସ୍ଥିତ ଏକ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×