ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମୀ ଘୋଷଣା କଲା ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ର ତାଲିକା । 2016 ରୁ 2020 ପର୍ଯ୍ୟନ୍ତ ଘୋଷଣା କରାଯାଇଛି । 2016 ମସିହା ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ବିପିନ ବିହାରୀ ପରିଡା, 2017 ମସିହା ପାଇଁ ବିଶିଷ୍ଟ ସ୍ଥପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, 2018 ପାଇଁ ଜଗଦୀଶ ଚନ୍ଦ୍ର କାନୁନଗୋ, 2019 ଲାଗି ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା ଏବଂ 2020 ଲାଗି ବିଶିଷ୍ଟ ଚିତ୍ରଶିଳ୍ପୀ ମହେନ୍ଦ୍ର ମହାପାତ୍ର ଙ୍କୁ ପୁରସ୍କାର ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । ଧର୍ମଶିଳ୍ପୀ ଙ୍କୁ 5 ଲକ୍ଷ୍ୟ ଟଙ୍କାର ଚେକ, ତାମ୍ର ଫଳକ ଏବଂ ଉପଢୌକନ ପ୍ରଦାନ କରାଯିବ । ସମ୍ବର୍ଦ୍ଧିତ ଶିଳ୍ପୀ ଙ୍କୁ 1 ଲକ୍ଷ୍ୟ ଟଙ୍କା ତାମ୍ର ଫଳକ ଏବଂ ଉପଢୌକନ ପ୍ରଦାନ କରାଯିବ । ଚଳିତ ବର୍ଷ ଏକ ବିଶେଷ କାର୍ଯ୍ୟକ୍ରମ ରେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ କୁହାଯାଇଛି ।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ