Quantum Mirror

ପାର୍ବଣ ସମୟରେ ପୁଣିଥରେ ଅପରାଧି ସଫେଇ ଅଭିଜାନ

ପାର୍ବଣ ସମୟରେ ପୁଣିଥରେ ଅପରାଧି ସଫେଇ ଅଭିଜାନ

ଭୁବନେଶ୍ୱର: ପାର୍ବଣ ସମୟରେ ପୁଣିଥରେ ଅପରାଧି ସଫେଇ ଅଭିଜାନ ହାତକୁ ନେଇଛି ବ୍ରହ୍ମପୁର ପୋଲିସ । ଦାଦା ବଟି ,ପୁଜା ଚାନ୍ଧା ଓ ଦଶ ହରା ମାମୁଲି ଉପରେ ଜିରୋ ଟଲରାନ୍ସ ପନ୍ଥା ଆପଣେଇବା ସହ ପୁର୍ବ ବଅପରାଧିକ ରେକର୍ଡ ଥିବା ଅଭିଜୁକ୍ତଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରାଯ଼ାଇଛି । ବ୍ରହ୍ମପୁର ପୋଲିସ ଜିଲ୍ଲାର ସମସ୍ତ ଥାନା ଅଧିକାରିଙ୍କୁ ନେଇ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଜିବା ସହ ସହରର ବିଭିନ୍ନ ସ୍ଥାନରେ ଚାଲୁଥିବା ଜୁଆ ଆଡ୍ଡା ଉପରେ ତିକ୍ଷ୍ନ ନଜର ରଖିବା ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ଅପରାଧ ମୁକ୍ତ ପାର୍ବଣ କରିବା ଲାଗି ଏବେ ଠାରୁ ବିଭିନ୍ନ ସ୍ଥାନରେ ସକ୍ତି ପଦର୍ଶନ ଆରମ୍ବ କରି ଦେଇଛି ପୋଲିସ ।

ଚଳ ଚଞ୍ଚଳ ଦକ୍ଷୀଣ ଓଡିଶାର ବ୍ୟବସାୟୀକ ପେଣ୍ଠସ୍ଥଳି ..ଦଶହରା ବଜାର କୁ ନେଇ ଜିଲ୍ଲା ତଥା ଜିଲ୍ଲା ବାହାରୁ ନିତି ହଜାର ହଜାର ଲୋକଙ୍କ ସୁଅ ଛୁଟୁଛି ସହରକୁ । ହେଲେ ବିଭିନ୍ନ ସମୟରେ ଲୁଟେରା ଓ ଝାମ୍ପୁରାଙ୍କ ଆକ୍ରୋସ ର ସିକାର ଜନ ସାଧାରଣ ହେଉଥିବା ବେଳେ ପୋଲିସ ଆରମ୍ଭ କରିଦେଇଛି ଅପରାଧି ସଫେଇ ଅଭିଜାନ । କିଛି ସ୍ଥାନରେ ଦାଦା ବଟି ପୁଜା ଚାନ୍ଧା ଓ ଦଶ ହରା ମାମୁଲି ନାମରେ ବିଭିନ୍ନ ସରକାରି ଅନୁଷ୍ଠାନ ଓ ବେସରକାରି ଅନୁଷ୍ଠାନ ସହ ଜନ ସାଧାରଣ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି ଏଣୁ ଚଲିତ ବର୍ଷ  ଦଶହରା କୁ ଅପରାଧ ମୁକ୍ତ କରିବା ଲାଗି ପଲିସ ପକ୍ଷରୁ ଆପଣା ଜାଇଛି ଜିରୋ ଟଲରାନ୍ସ ପନ୍ଥା ବ୍ରହ୍ମପୁର ଏସ ପିଙ୍କ ନେତୃତ୍ୟ କ୍ରମେ ବିଭିନ୍ନ ଥାନା ମାନଙ୍କରେ ସ୍ବତନ୍ତ୍ର ସ୍କାର୍ଡ ଗଠନ କରାଜିବା ପ୍ରତିଦିନ ସହରରେ ଫ୍ଲାଗ ମାର୍ଚ୍ଚ ଆରମ୍ବ କରିଦେଇଚି ପୋଲିସ ।

ଦଶହରା ଠାରୁ କୁମାର ପୁର୍ଣ୍ଣମା ସମୟରେ ଜିଲ୍ଲାରେ ପରମ୍ପରା ନାମରେ ଜୁଆ ଆଡ୍ଡା ସ୍ଥାନେ ସ୍ଥାନେ ଦେଖିବାକୁ ମିଳୁଥିବା ବେଳେ ଜୁଆଡିଙ୍କୁ ମଧ୍ୟ କାବୁ କରିବା ଲାଗି ପୋଲିସ ଆରମ୍ଭ କରି ଦେଇଛି ଧଡ ପଗଡ ପୁର୍ବ ଅପରାଧିକ ରେକର୍ଡ ଥିବା ପାଖା ପାଖି 5 ସହ ଜଣ ଅଭିଜୁକ୍ତଙ୍କ ନାମକୁ ନେଇ ତାଲିକା ପ୍ରସ୍ତୁତ କରାଯ଼ାଇଥିବା ବେଳେ ଅସାମାଜିକ କାର୍ଯ଼୍ୟ କଳାପ ଦେଖିବା ମାତ୍ରକେ ଗିରଫ କରିବା ଲାଗି ସମସ୍ତ ଥାନା ଅଧିକାରିଙ୍କୁ ନିର୍ଦେଶ ଦିଆଯ଼ାଇଛି ପୋଲିସ ର ପଦକ୍ଷେପ କୁ ସହର ବାସି ସ୍ବାଗତ କରିଥିବା ବେଲେ ମହିଳାଙ୍କ ସୁରକ୍ଷା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ଲାଗି ଦାବି କରିଛନ୍ତି ।

କରୋନା ମହାମାରି ସମୟରେ ଅନେକ ସିଖିତ ବେକାରି ଜୁବକ ସହଜ ଉପାୟରେ ଅପରାଧିକ କାର୍ଯ଼୍ୟକଳାପ କୁ ଆପଣାଉ ଥିବା ବେଲେ ପୋଲିସ ଦଶହରା ସମୟରେ ସହରକୁ ଅପରାଧ ମୁକ୍ତ କରିବା ରେ କେତେ ସଫଳ ହେବ ତାହା ଉପରେ ସମସ୍ତଙ୍କ ନଜର ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×