Quantum Mirror

ବିଷାକ୍ତ ମଦ ପିଇ ୧୧ ମୃତ

ବିଷାକ୍ତ ମଦ ପିଇ ୧୧ ମୃତ

ଆଲିଗଡ,୨୮।୫: ବିଷାକ୍ତ ମଦ ପିଇ ୧୧ ଜଣଙ୍କ ମୃତ୍ୟୁ ହୋଇଛି ,ଅଭିଯୁକ୍ତଙ୍କ ବିରୋଧରେ NSA ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦେଶ।ମୃତକଙ୍କ ମଧ୍ୟରେ ଆଲିଗଡ଼ ଏଚପି ଗ୍ୟାସ ପ୍ଲାଣ୍ଟର ଦୁଇ ଟ୍ରକ ଡ୍ରାଇଭର ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୧୨ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇ ସାରିଛନ୍ତିl ସେମାନଙ୍କ ଅବସ୍ଥା ଗୁରୁତର ରହିଛିl ସେମାନଙ୍କ ମଧ୍ୟରୁ ଅନେକଙ୍କ ଦୃଷ୍ଟି ଶକ୍ତି ଚାଲି ଯାଇଥିବାର ଅଭିଯୋଗ ହୋଇଛି l ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ କରି ଏନଏସଏ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଖବର ଅନୁସାରେ,ଆଲିଗଡ ଜିଲ୍ଲାର ଲୋଧା ଥାନା ଅନ୍ତର୍ଗତ କରସୁଆ, ନିମାନା, ହୈବତପୁର, ଅଣ୍ଡାଲା ଗାଁର ଲୋକ ବିଷାକ୍ତ ମଦ ପିଇ ପ୍ରାଣ ହରାଇଛନ୍ତି । ଆଲିଗଡ଼ର ଜିଲ୍ଲାପାଳ ଚନ୍ଦ୍ର ଭୂଷଣ ସିଂହ କହିଛନ୍ତି, ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଜିଲ୍ଲା ମୁଖ୍ୟାଳୟଠାରୁ ୧୦ କିଲୋମିଟର ଦୂରରେ ଆଇଓସିର ଏକ ଗ୍ୟାସ ବଟଲିଂ ପ୍ଲାଣ୍ଟ ଅଛି। କାରଖାନା ଆଗରେ କାରସୁଆ ଏବଂ ଆଣ୍ଡାଲା ଗାଁ ରହିଛିl ଗୁରୁବାର ଦିନ ଲୋକମାନେ ଏଠାରୁ ମଦ କିଣି ପିଇଥିଲେ। ମଦ୍ୟପାନ କରିବା ପରେ ହଠାତ୍ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଛିl ଏବେ ଏହି ଦେଶି ମଦ ଭାଟିକୁ ସିଲ୍ କରିଦିଆଯାଇଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×