Quantum Mirror

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ ଝଟକା, ଦ୍ରୁତ ବୋଲର ଏନରିଚ୍ ନୋର୍ତ୍ତଜେ କରୋନା ପଜିଟିଭ୍

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ ଝଟକା, ଦ୍ରୁତ ବୋଲର ଏନରିଚ୍ ନୋର୍ତ୍ତଜେ କରୋନା ପଜିଟିଭ୍

ନୂଆଦିଲ୍ଲୀ ୧୪।୦୪: ଆଇପିଏଲ୍ ୨୦୨୧ରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ବଡ ଝଟକା। ଦଳର ଦ୍ରୁତ ବୋଲର ଏନରିଚ୍ ନୋର୍ତ୍ତଜେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାର ସୂଚନା ଏଏନଆଇ ଦେଇଛି। ନୋର୍ତ୍ତଜେ ଗତ ମଙ୍ଗଳବାର ମୁମ୍ବାଇ ପହଞ୍ଚିଥିଲେ ଏବଂ ସେ ସାତ ଦିନିକିଆ ବାଧ୍ୟତାମୂଳକ କ୍ଵାରେଣ୍ଟାଇନ୍ ଅବଧି ମଧ୍ୟ ପୂରା କରିଥିଲେ।କ୍ଵାରେଣ୍ଟାଇନ୍ କାରଣରୁ ସେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ଆଇପିଏଲ୍ର ପ୍ରଥମ ମ୍ୟାଚ୍ ଖେଳିନଥିଲେ। ଦଳ ଏହି ମ୍ୟାଚ୍ରେ ଏକତରଫା ୭ ଓ୍ଵିକେଟ୍ରେ ବିଜୟୀ ହୋଇଥିଲା। ଦଳ ଦକ୍ଷିଣ ଆଫ୍ରିକାର ଏହି ଦ୍ରୁତ ବୋଲରଙ୍କୁ ଚଳିତ ସିଜିନ୍ ପାଇଁ ବଜାୟ ରଖିଥିଲା। କାରଣ ଗତ ସିଜିନ୍ରେ ଦିଲ୍ଲୀକୁ ଫାଇନାଲରେ ପହଞ୍ଚାଇବାରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ରହିଥିଲା। ବିସିସିଆଇର କରୋନା ନିୟମ ଅନୁଯାୟୀ, ଯଦି କୌଣସି ଖେଳାଳି କିମ୍ବା ଷ୍ଟାଫ କରୋନା ପଜିଟିଭ୍ ହୁଅନ୍ତି କିମ୍ବା କରୋନା ଲକ୍ଷଣ ଦେଖିବାକୁ ମିଳେ, ତେବେ ଆଗାମୀ ୧୦ ଦିନ ପାଇଁ ବୋର୍ଡ ଦ୍ଵାରା ନିର୍ଦ୍ଧାରିତ ଜୈବ ନିରାପତ୍ତା ବଳୟରେ ଆଇସୋଲେସନରେ ରହିବାକୁ ପଡିବ।ଦ୍ରୁତ ବୋଲର ନୋର୍ତ୍ତଜେ ଆଇପିଏଲ ୨୦୨୧ରେ ଯୋଗ ଦେବା ପାଇଁ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ ଛାଡିଥିଲେ। ସେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିଥିଲେ। ଏହା ପରେ ସେ ଦକ୍ଷିଣ ଆଫ୍ରିକାର ଅନ୍ୟ ଖେଳାଳିଙ୍କ ସହ ଭାରତ ପହଞ୍ଚିଥିଲେ। ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆରେ ପାକିସ୍ତାନ ହାତରୁ ପରାଜିତ ହୋଇ ଦିନିକିଆ ସିରିଜ୍ରେ ପରାଜିତ ହୋଇଥିଲା।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×