ବାଲେଶ୍ୱର,୮ ।୫: କରୋନା ଯୋଗୁଁ ଦୁନିଆରେ ଅନେକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସୁଛି । କେଉଁଠି ସ୍ତ୍ରୀ ଆଗରେ ସ୍ୱାମୀ ଜୀବନ ଚାଲିଯାଉଛି ତ ଆଉ କେଉଁଠି ମା ଆଗରେ ଜୀବନ ହାରୁଛନ୍ତି ସନ୍ତାନ । ଏହାରି ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି, ଯେଉଁଠାରେ ବୋହୂର ଏକାଦଶ ଦିନ କରୋନା ନେଇଛି ଶଶୂରଙ୍କ ଜୀବନ । ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ପିତା ଶଙ୍କର୍ଷଣ ପଣ୍ଡାଙ୍କ କରୋନାରେ ଦେହାନ୍ତ ହୋଇଛି । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଭିଡ ୱାର୍ଡରେ ଚିକିତ୍ସିତ ହେଉଥିବା ୮୪ ବର୍ଷୀୟ ଶଙ୍କର୍ଷଣଙ୍କର ଗତକାଲି ମୃତ୍ୟୁ ହୋଇଛି । ତେବେ ଦୁଃଖର କଥା ହେଉଛି ଯେ, ଶଙ୍କର୍ଷଣ ପଣ୍ଡାଙ୍କ ବୋହୂ ତଥା ଲୋକ ପ୍ରିୟ ଯାତ୍ରା ଅଭିନେତ୍ରୀ ତୃପ୍ତି ପଣ୍ଡାଙ୍କର ଏକାଦଶ ଚାଲିଥିଲା ବେଳେ ତାଙ୍କର ମୃତ୍ୟୁ ଘଟିଛି । ତୃପ୍ତି ପଣ୍ଡା ହେଉଛନ୍ତି ଅନ୍ୟତମ ପ୍ରସିଦ୍ଧ ଅଭିନେତା ବାବୁଲି ଓରଫ ସୁଶାନ୍ତ ପଣ୍ଡାଙ୍କ ପତ୍ନୀ ଏବଂ ଅଭିନେତା ଦୈତାରୀ ପଣ୍ଡାଙ୍କ ଭାଇ ବୋହୂ । ତୃପ୍ତିଙ୍କ କରୋନାରେ ମଧ୍ୟ ମୃତ୍ୟୁ ଘଟିଥିଲା । ଗୋଟିଏ ପରିବାର କରୋନା ନେଇଗଲା ଦୁଇ ଦୁଇଟି ଜୀବନ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ତାଜା ଖବର
ଗିରଫ ହେଲେ କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରାଟିଏମସି ନେତାଙ୍କୁ ଗୁଳିମାଡ‘ରାଜ୍ଯର ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’କାଳୀପୂଜାରେ ଅଘଟଣ : ଭୁବନେଶ୍ୱର ୧ନଂ ଅଣ୍ଡର ଗ୍ରାଉଣ୍ଡ ମାର୍କେଟ୍ରେ ଲାଗିଲା ନିଆଁ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ ।କଳାବଜାରୀ ନେଇ ଚାଲିଛି ଯାଞ୍ଚ : କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍ସାଇକ୍ଲୋନ୍ ପନିପରିବା ମୂଲ୍ୟ ବୃଦ୍ଧି କରିଛି |