Quantum Mirror

ବାତ୍ୟା ପୂର୍ବରୁ ମାଛ ମଡକ

ବାତ୍ୟା ପୂର୍ବରୁ ମାଛ ମଡକ

ପୁରୀ:  ବାତ୍ୟାର ପ୍ରଭାବ ଅଧିକ ରହିବ ସେହି ସବୁ ଜିଲ୍ଳାରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ସହିତ ସବୁପ୍ରକାର ବାତ୍ୟା ମୁକାବିଲା ସମ୍ପର୍କିତ ପଦକ୍ଷେପ ଗ୍ରହଣ କରାଯାଉଛି ଗୋଟେପଟେ ବାତ୍ୟା ପ୍ରସ୍ତୁତିରେ ରାଜ୍ୟଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନ ସମସ୍ତେ ଲିପ୍ତ ଥିବା ବେଳେ ଅପରପକ୍ଷରେ ପୁରୀ ପେଣ୍ଠକଟା ବେଳାଭୂମିରେ ମାଛ ମଡକ ଦେଖିବାକୁ ମିଳିଛି ବେଳାଭୂମିରେ ଶହଶହ ମାଛ ମରି ପଡିଥିବା ଆଜି ଦେଖିବାକୁ ମିଳିଛି ତେବେ ଏହାକୁ ନେଇ ଉକ୍ତ ଅଞ୍ଚଳର ମତ୍ସଜୀବୀ ମାନେ ଚିନ୍ତା ପ୍ରକଟ କରିଥିବା ବେଳେ କେଉଁ କାରଣରୁ ଏବଂ କେଉଁ ପ୍ରଜାତିର ମାଛ ମରିଛନ୍ତି ସେ ନେଇ ଏବେ ତଦନ୍ତ ଆରମ୍ଭ କରିଛନ୍ତି ଜିଲ୍ଲାପାଳ ତେବେ ପରିବେଶବିତ୍ କିଛି ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଯେତେବେଳେ କୌଣସି ବାତ୍ୟା ଆସିବାର ସମ୍ଭାବନା ଥାଏ ସେତେବେଳେ ସମୁଦ୍ରରେ ହେଉଥିବା ଅସ୍ଥିରତାକୁ ଛୋଟ ଛୋଟ ମାଛ ମାନେ ଠିକ୍ ଭାବରେ ଅକ୍ସିଜେନ୍ ପାଇପାରନ୍ତି ନାହିଁ ତେଣୁ ସେମାନଙ୍କ ମୃତ୍ୟୁ ହୋଇଥାଏ ବୋଧ ହୁଏ ଏହି କାରଣ ଯୋଗୁଁ ଏତେ ସଂଖ୍ୟାରେ ମାଛ ମରିଯାଇଛନ୍ତି ବେଳାଭୂମିରେ ଶହଶହ ସଂଖ୍ୟାରେ ମାଛ ମରିପଡିଥିବା ବେଳେ କିଛି ପାଣିରେ ଭାସୁଥିବା ଆଜି ଦେଖିବାକୁ ମିଳିଥିଲା ତେବେ ସମ୍ଭାବ୍ୟ ବାତ୍ୟା କାରଣରୁ ମତ୍ସଜୀବୀଙ୍କୁ ସମୁଦ୍ରକୁ ମାଛ ମାରିବାକୁ ଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×