ବୈତରଣୀ ନଦୀ ଗର୍ଭରୁ ମିଳିଲା ଭାସମାନ ପଥର। ବୈତରଣୀ ନଦୀରେ କିଛି ଯୁବକ ଗାଧୋଉଥିବା ସମୟରେ ବାଲିରେ ପୋତି ହୋଇଥିବା ଗୋଟେ ପଥର ହାତରେ ଲାଗିଥିଲା। ଯୁବକ ମାନେ ସେହି ପଥରଟିକୁ ବାହାର କରି ପାଣିରେ ଫିଙ୍ଗିଦେଇଥିଲେ। ହେଲେ ସେହି ପଥରଟି ପାଣିରେ ଭାସି ଉଠିଥିଲା। ପଥରଟିର ଓଜନ ୩ କିଲୋ ୮୦୦ ଗ୍ରାମ ଥିବା ବେଳେ ଯେତେଥର ପାଣିରେ ପକାଇଲେ ସେ ଭାସି ଉଠୁଛି। ଏହା ଦେଖିବାକୁ ଧଳା ରଙ୍ଗ ଓ ସହ ସହ ସଂଖ୍ୟାର ଛିଦ୍ର ରହିଛି। ଅନେକ ଲୋକେ ଏହାକୁ ତ୍ରେତୟା ଯୁଗର ରାମ ସେତୁ ପଥର ବୋଲି କହୁଥିବା ବେଳେ ଆଉ କିଛି ଚତୁର୍ଦଶ ଶତାବ୍ଦୀରେ ଯଯାତି କେଶୋରି ମହାରାଜ ସିଦ୍ଧେଶ୍ୱର ମନ୍ଦିର ନିର୍ମାଣ କରିବା ସମୟରେ ବୈତରଣୀ ନଦୀ ଉପରେ ଯିବା ଆସିବା କରିବା ପାଇଁ ଏହି ପଥର ଆଣି ରଖିଥିଲେ ବୋଲି କହୁଛନ୍ନ୍ତି। ପୁର୍ବରୁ ବୈତରଣୀ ନଦୀ ଗର୍ଭରୁ ଶିବ ଲିଙ୍ଗ ଓ ଅନେକ ବୌଦ୍ଧ ମୁର୍ତ୍ତି ଉଦ୍ଧାର କରାଯାଇଛି। ତେବେ ଏ ପଥର କେଉଁଠୁ ଓ କେମିତି ଆସିଲା ତାକୁ ନେଇ ଅନେକ ପ୍ରଶ୍ନ ଶୃଷ୍ଟି ହୋଇଛି। ପତ୍ନତତ୍ତ୍ବ ବିଭାଗ ପକ୍ଷରୁ ଯଦି ଏହି ଭାସମାନ ପଥରଟିକୁ ନେଇ ତଦନ୍ତ କରାଯାଆନ୍ତା ତେବେ ସଠିକ ଘଟଣା ଜଣାପଡନ୍ତା ।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ