Quantum Mirror

ଯାଜପୁରର ୩ ବ୍ଲକରେ ପଶିଲା ବନ୍ୟାପାଣି

ଯାଜପୁରର ୩ ବ୍ଲକରେ ପଶିଲା ବନ୍ୟାପାଣି

ଯାଜପୁର: ବୈତରଣୀ ନଦୀରେ ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲା ବେଶ ପ୍ରଭାବିତ ହୋଇଛି । ଯାଜପୁର ଓ ଦଶରଥପୁର ବ୍ଲକର ତଳିଆ ଅଞ୍ଚଳରେ ପାଣି ପଶିଥିବା କୋରାଇ ବ୍ଲକର ମୁକୁନ୍ଦପୁର ଓ ବନ୍ଦାଳ ପଞ୍ଚାୟତରେ ପଶିଛି ବନ୍ୟାପାଣି । ବର୍ଷା ଓ ବୈତରଣୀ ବନ୍ୟାରେ ବ୍ୟାପକ ଚାଷଜମି ଜଳମଗ୍ନ ଅବସ୍ଥାରେ ରହିଛି । ସୁରକ୍ଷିତ ସ୍ଥାନକୁ ଯିବା ଲାଗି ଲୋକଙ୍କୁ ସଚେତନ କରିଛି ପ୍ରଶାସନ । ତେବେ ବଲ୍ଲଭୀ ଘାଟରେ ବିପଦ ସଙ୍କେତ ୧୩.୩୪ ମିଟର ଥିବା ବେଳେ ଜଳସ୍ତର ୧୩.୬୮ ମିଟର ରହିଛି । ସେହିପରି ଦଶରଥପୁରରେ ବିପଦ ସଙ୍କେତ ୯.୫୨ ମିଟର ଥିବା ବେଳେ ସେଠାରେ ଜଳସ୍ତର ୧୧.୫୮ ମିଟର ରହିଛି । ଅନ୍ୟପଟେ ଭଦ୍ରକ ଆଖୁଆପଦାରେ କମୁଛି ବୈତରଣୀ ନଦୀର ଜଳସ୍ତର କିନ୍ତୁ ଟଳିନି ବିପଦ । ଏବେ ବି ବିପଦ ସଂକେତ ଉପରେ ବୈତରଣୀର ଜଳସ୍ତର । ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ଜଳସ୍ତର ୧୮.୯୦ ମିଟର ରହିଛି । ଗତକାଲି ରାତିରେ ବୈତରଣୀର ଜଳସ୍ତର ୧୮.୯୮ ମିଟର ଥିଲା ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×