କୋଲକାତା: ନାରଦା ସ୍କାମ ମାମଲାରେ ଗିରଫ ହୋଇଥିବା ୪ ନେତାଙ୍କୁ ମିଳିଲା ବେଲ୍। ଶୁକ୍ରବାର କୋଲକାତା ହାଇକୋର୍ଟର ୫ ଜଣିଆ ଖଣ୍ଡପୀଠ ଟିଏମ୍ସି ନେତା ସୁବ୍ରତ ମଖାର୍ଜୀ, ଫିରହାଦ ହକିମ, ମଦନ ମିତ୍ର, ଏବଂ ପୂର୍ବତନ ମେୟର ତଥା ପୂର୍ବତନ ଟିଏମ୍ସି ନେତା ସୋଭନ ଚାଟାର୍ଜୀଙ୍କୁ ଯାମୀନ ଦେଇଛନ୍ତି। କୋଲକାତା ହାଇକୋର୍ଟ ଏହି ନେତାମାନଙ୍କୁ ଅନ୍ତରୀଣ ଯାମିନ ଦେଇଛନ୍ତି। ମେ ୧୭ ତାରିଖରେ ୪ ଜଣ ନେତାଙ୍କୁ ଗିରଫ କରିଥିଲା ସିବିଆଇ। ଏମାନଙ୍କ ମଧ୍ୟରୁ ଦୁଇ ଜଣ ମନ୍ତ୍ରୀ ମଧ୍ୟ ଅଛନ୍ତି।ପ୍ରତ୍ୟେକଙ୍କୁ ବ୍ୟକ୍ତିଗତ ଦୁଇ ଲକ୍ଷ ଟଙ୍କା ମୁଚାଲିକାର ଯାମିନି ମିଳିଛି।ତା ସହିତ ତଦନ୍ତ ପାଇଁ ଯେତେବେଳେ ଆବଶ୍ୟକ ହେବ ଭିଡିଓ କନଫରେନ୍ସିରେ ଏହି ନେତାମାନେ ଯୋଗ ଦେଇ ସିବିଆଇକୁ ସହଯୋଗ କରିବେ। ଏବଂ ନାରଦା ସମ୍ପର୍କିତ କି ସିବିଆଇ ତଦନ୍ତ ସମ୍ପର୍କିତ ଗଣମାଧ୍ୟମରେ କୌଣସି ବାଇଟ୍ ଦେବେ ନାହିଁ କି ସାକ୍ଷାତକାର ଦେବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ଯଦି କୋର୍ଟ ନିର୍ଦ୍ଦେଶର ଅବମାନନା ହେବ ତେବେ ଯାମିନ ରଦ୍ଦ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।