କଟକ: ଶେଷରେ ପୋଲିସ ହାତରେ ଧରାପଡ଼ିଲା କୁଖ୍ୟାତ ଗାଙ୍ଗଷ୍ଟର ସେଖ୍ ହାଇଦର। ୫ ଦିନ ତଳେ କଟକ ବଡ଼ମେଡିକାଲରୁ ଫେରାର ମାରିଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ତେଲେଙ୍ଗାନାରୁ ଗିରଫ କରିଛି କଟକ ପୋଲିସ। ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ତେଲେଙ୍ଗାନା ପୋଲିସ ସହାୟତାରେ ତାକୁ ଗିରଫ କରାଯାଇଛି। ଏ ନେଇ ଟ୍ୱିନ୍ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ହାଇଦରକୁ ଆଜି ସଂଧ୍ୟାରେ କଟକ ପୋଲିସ ତେଲେଙ୍ଗାନାରୁ ଗିରଫ କରିଥିବା ପୋଲିସ କମିଶନର କହିଛନ୍ତି।ଗତ ଏପ୍ରିଲ ୧୦ ତାରିଖ ଦିନ ଚିକିତ୍ସାଧୀନ ଅବସ୍ଥାରେ ଥିବା ହାଇଦର ଏସସିବିର ସର୍ଜରୀ ଓ୍ୱାର୍ଡ କ୍ୟାବିନରୁ ଫେରାର ହୋଇଯାଇଥିଲା। ମେଡିକାଲରେ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଥିଲା। ହାଇଦର ଭଳି କୁଖ୍ୟାତ ଅପରାଧୀ ପୋଲିସ ହେପାଜତରୁ ଫେରାର ମାରିବା ପରେ ଏହାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏପିରିକି ସେ ଆକସ୍ମିକ ଫେରାର ମାରିଥିଲା ନା ତାକୁ ଖସାଇଦେବାକୁ ରୀତିମତ ଷଡ଼ଯନ୍ତ୍ର ହୋଇଥିଲା, ତାକୁ ନେଇ ଏକାଧିକ ପ୍ରଶ୍ନ ଉଠିଥିଲା। ତେବେ ଶେଷରେ କମିଶନରେଟ୍ ପୋଲିସ ତାକୁ ରାଜ୍ୟ ବାହାରୁ କାବୁ କରିବା ପରେ ଏବେ ସବୁ ଚର୍ଚ୍ଚା ଓ କଳ୍ପନାଜଳ୍ପନାର ଅବସାନ ଘଟିଛି।ହାଇଦର ଗିରଫ ଘଟଣାକୁ ନେଇ ପୋଲିସ ଡିଜି ଅଭୟ ସାବାସୀ ଦେଇଛନ୍ତି। ପୋଲିସ କମିଶନର, କଟକ ଡିସିପି ଓ ଟିମ୍କୁ ସାବାସୀ ଦେଇଛନ୍ତି। ଟୁଇଟର ଜରିଆରେ ଡିଜିପି ଅଭୟ ପ୍ରଶଂସା କରିଛନ୍ତି।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।