ଖଲ୍ଲିକୋଟ ୯।୬: ବୁଧବାର ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ କଣମଣା ପଞ୍ଚୟତରେ ଏହି ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଗଞ୍ଜାମ ଜିଲ୍ଲା ଗ୍ରୀନ ଜୋନରେ ରହିଥିଲେ ସୁଦ୍ଧା କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଆଜିଠୁ ଶିଶୁମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଆରମ୍ଭ ହୋଇଛି । କରୋନା ସଂକ୍ରମଣଠାରୁ ଶିଶୁମାନଙ୍କର ସୁରକ୍ଷା କରିବା ସକାଶେ ଏହିଭଳି ପଦକ୍ଷେପ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଇଛି । ଜିଲ୍ଲାର ସମସ୍ତ ଘରକୁ ଘର ବୁଲି ଶିଶୁମାନଙ୍କର କୋଭିଡ୍ ଲକ୍ଷଣ ଯାଞ୍ଚ କରାଯିବ । ଏହି ଯାଞ୍ଚ ପ୍ରକ୍ରିୟା ଆଗାମୀ ତିନି ମାସ ପର୍ଯ୍ୟନ୍ତ ଚାଲୁ ରହିବ । ଆଶାକର୍ମୀ, ଏଏନଏମ ଏବଂ ଅଙ୍ଗଓ୍ବାଡି କର୍ମୀମାନେ ନିୟୋଜିତ ହୋଇ ଏହି ଯାଞ୍ଚ କରୁଛନ୍ତି ।କାର୍ଯ୍ୟକ୍ରମରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ତହସିଲଦାର ନୀଳମାଧବ ଭୋଇ, ବିଡ଼ିଓ ଅମ୍ବିକା ପ୍ରସାଦ ଦାଶ, ମେଡିକାଲ ଅଫିସର ଡ଼. ଜ୍ଞାନେନ୍ଦ୍ର ପାତ୍ର, ବରୁଣ ପାଣିଗ୍ରାହୀ, ସରପଞ୍ଚ ଏସ. ଚକ୍ରପାଣି ରେଡ୍ଡୀ, ଅଙ୍ଗନବାଡି କର୍ମୀ, ଆଶା, ଏନଏମ ପ୍ରମୁଖ ଉପସ୍ଥିତରେ ଏହି ଯାଞ୍ଚ ଚାଲିଥିଲା । କୋଭିଡ୍ ଲକ୍ଷଣ, ଅକ୍ସିଜେନ ସ୍ତର ଯାଞ୍ଚ କାର୍ଯ୍ୟ କୋଭିଡ୍ ନିୟମ ଅନୁପାଳନ କରାଯାଇ କରାଯିବ । କୋଭିଡ୍ ସଂକ୍ରମଣରୁ ଶିଶୁମାନଙ୍କୁ ସୁରକ୍ଷା କରିବା ନେଇ ସମସ୍ତ ପ୍ରକାର ଯତ୍ନ ଗ୍ରହଣ କରାଯିବ । ଲକ୍ଷଣ ଯୁକ୍ତ ଶିଶୁମାନଙ୍କୁ ଅଧିକ ଯତ୍ନ ଏବଂ ସୁଷମ ଖାଦ୍ୟ ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି ।ସାମାନ୍ୟ ଲକ୍ଷଣଯୁକ୍ତ ଶିଶୁ ଯେଉଁମାନଙ୍କର ତଣ୍ଟି ଦରଜ ହେବା, କାଶ ହେବା, ଶ୍ବାସକ୍ରିୟାରେ ଅସୁବିଧା ଥିଲେ ସେମାନଙ୍କ ଗୃହରେ ଏକାନ୍ତ ରଖି ଚିକିତ୍ସା କରାଯିବାକୁ ପରାମର୍ଶ ଦିଆଯିବ । ଗୁରୁତର ଅବସ୍ଥାକୁ ଆସିବା ଜଣାଗଲେ ସଂପୃକ୍ତ ଶିଶୁଙ୍କୁ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିବା ବ୍ୟବସ୍ଥା ରହିବ । ପ୍ରଶାସନ ପକ୍ଷରୁ ଏହି ଆଗୁଆ ପଦକ୍ଷେପ କୁ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି ।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ