Quantum Mirror

ମାନ୍ଦାବସ୍ଥା ଆଡ଼କୁ ବିଶ୍ଵ ଅର୍ଥନୀତି

ମାନ୍ଦାବସ୍ଥା ଆଡ଼କୁ ବିଶ୍ଵ ଅର୍ଥନୀତି। ଆମେରିକା ଏବଂ ୟୁରୋପ ସେୟାର ବଜାର ଉପରେ ଏହାର ବଡ ପ୍ରଭାବ ଦେଖିବାକୁ ମିଳିଛି। ୨୦୨୦ କରୋନା ସମୟରେ ସେୟାର ବଜାରରେ ଯେଉଁଭଳି ପ୍ରଭାବ ଦେଖିବାକୁ ମିଳିଥିଲା, ଏବେ ସେହିପରି ପରିସ୍ଥିତି ସୃଷ୍ଟି ହୋଇଛି। ବଡ ବଡ କମ୍ପାନୀ ମାନେ ସେମାନଙ୍କ ସେୟାର ବିକ୍ରି କରିବାରେ ଲାଗିଛନ୍ତି। ଆମାଜନର ସେୟାର ଗୋଟିଏ ଦିନରେ ୧୧ ପ୍ରତିଶତ ଖସିଛି । ସେହିପରି ଆପଲ , ମେଟା, ମାଇକ୍ରୋସଫ୍ଟ, ନିଭିଦା ଆଦି ବଡ ବଡ କମ୍ପାନୀର ସେୟାର ୩ ରୁ ୪ ପ୍ରତିଶତ ଖସିଛି। ଏହା ଫଳରେ ଆମେରିକାର କ୍ୟାପିଟାଲ ମାର୍କେଟ ନାସଦକରେ ଦୁଇ ଦିନରେ ୬ ପ୍ରତିଶତ ଓ ଡାଓ ଜୋନସ୍ ୮ ପ୍ରତିଶତ ହ୍ରାସ ପାଇଛି। ଆମେରିକାର ୯୦ ପ୍ରତିଶତ କମ୍ପାନୀର ସେୟାରରେ ବଡ ହ୍ରାସ ଦେଖିବାକୁ ମିଳିଛି। ଜାପାନର ସେୟାର ମାର୍କେଟ ନିକେଇ-୨୨୫ରେ ଗୋଟିଏ ଦିନରେ ୩ ହଜାର ୮୩୬ ପଏଣ୍ଟ ହ୍ରାସ ପାଇଛି। ଯାହାକି ୧୩ ପ୍ରତିଶତ ବୋଲି କୁହାଯାଉଛି। ଜାପାନରେ ୧୯୮୭ ପରେ ଅର୍ଥାତ୍ ଦୀର୍ଘ ୩୭ ବର୍ଷ ପରେ ଏତେ ବଡ କ୍ରାସ ଗୋଟିଏ ଦିନରେ ହୋଇଛି। ଗୋଟିଏ ଦିନରେ ୨.୮ ଟ୍ରିଲିଅନ ଅର୍ଥାତ୍ ୨୩ ଲକ୍ଷ ୪୬ ହଜାର କୋଟି ଟଙ୍କାର କ୍ଷତି ହୋଇଛି। ସେହିପରି ଭାରତରେ ସେୟାର ବଜାରରେ ମଧ୍ୟ ବଡ ହ୍ରାସ ହୋଇଛି। ଆଇଟି, ଅଟୋମୋବାଇଲ, ବ୍ୟାଙ୍କିଙ୍ଗ, ଟେଲିକମ, ପାୱାର ଆଦି କ୍ଷେତ୍ର ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଟାଟା, ରିଲାଏନ୍ସ, ଆଦାନୀ, ମାରୁତି, ମହିନ୍ଦ୍ରା, ଇନଫୋସିସର ସେୟାରରେ ୫ ରୁ ୭ ପ୍ରତିଶତ ହ୍ରାସ ପାଇଛି। ଆଜି ଓ ଆସନ୍ତାକାଲି ସେୟାର ମାର୍କେଟ ବନ୍ଦ ରହିଥିବା ବେଳେ ଫ୍ୟୁଚର ମାର୍କେଟରେ ଗିଫ୍ଟ ନିଫ୍ଟି ୪୮୦ ପଏଣ୍ଟ ତଳେ ରହିଛି। ଅର୍ଥାତ୍ ସୋମବାର ଭାରତରେ ଏହାର ବଡ ପ୍ରଭାବ ପଡ଼ିପାରେ। ଜାପାନ ଭଳି ଫ୍ରାନ୍ସ,, ୟୁକେ ଏବଂ ଜର୍ମାନୀ ମାର୍କେଟ ମଧ୍ୟ ସାଙ୍ଘାତିକ ସ୍ତରରେ ତଳକୁ ଖସିଛି। ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି, ମୁଦ୍ରାସ୍ଫିତିକୁ ଆହୁରି ବଢାଇ ଚାଲିଛି। ତେଣୁ ବିଶ୍ଵ ସ୍ତରରେ ଆଗକୁ ଏକ ବଡ଼ ମାନ୍ଦାବସ୍ଥା ସୃଷ୍ଟି ହେବାର ସମ୍ଭାବନା ରହିଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×