ଲଗାତାର ୩ ଦିନରେ ଆଜି ଭାରତୀୟ ବଜାରରେ ସୁନା ଓ ରୂପା ଦରରେ ହ୍ରାସ
ଲଗାତାର ୩ ଦିନରେ ଆଜି ଭାରତୀୟ ବଜାରରେ ସୁନା ଓ ରୂପା ଦରରେ ହ୍ରାସ
ନୂଆଦିଲ୍ଲୀ: ଲଗାତାର ତୃତୀୟ ଦିନରେ ଆଜି ଭାରତୀୟ ବଜାରରେ ସୁନା ଓ ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୦.୧୦% ହ୍ରାସ ପାଇ ୪୮,୬୨୭ ଟଙ୍କାରେ ପହଞ୍ଚି ଥିବାବେଳେ ରୂପା ପ୍ରତି କିଲୋକୁ ୦.୨୧% ହ୍ରାସ ପାଇ ୭୦,୬୬୩ ଟଙ୍କାରେ ପହଞ୍ଚିଛି। ଏହି ହ୍ରାସ ପରେ ୨ ଦିନରେ ସୁନା ୧,୦୦୦ ଟଙ୍କା ଶସ୍ତା ହୋଇଛି। ଏହା ପୂର୍ବରୁ ଭାରତରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୨% ଅର୍ଥାତ୍ ୯୫୦ ଟଙ୍କା ହ୍ରାସ ପାଇଥିଲା ଓ ରୂପା ପ୍ରତି କିଲୋକୁ ୨.୫% ଅର୍ଥାତ୍ ୧,୮୦୦ ଟଙ୍କା ହ୍ରାସ ପାଇଥିଲା।