ଶିକ୍ଷା ହେଉ ବା ପ୍ରତିରକ୍ଷା ଦେଶର ପ୍ରତିଟି କ୍ଷେତ୍ରରେ ବର୍ତ୍ତମାନ AI ର ଅବଦାନ ଅତୁଳନୀୟ। ଡିଜିଟାଲ ଯୁଗରେ AI ର ବ୍ୟବହାର ବହୁଳ ମାତ୍ରାରେ କରାଯାଉଛି। ସ୍କୁଲ୍ ହେଉ ବା କଲେଜ୍ ପିଲାଙ୍କୁ ପାଠ ପଢ଼ାନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ। କିନ୍ତୁ ଏବେ ପିଲାଙ୍କୁ ପାଠ ପଢ଼ାଉଛନ୍ତି AI ଶିକ୍ଷକ। ଦେଶର ଶିକ୍ଷିତ ରାଜ୍ୟ ମଧ୍ୟରେ ସବୁଠୁ ଉପରେ ରହିଛି କେରଳ।କେରଳ ଥିରୁଭନନ୍ତପୁରମର KTCT ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଶିକ୍ଷା କ୍ଷେତ୍ରରେ ଭାରତ ବିଶ୍ୱର ଅଗ୍ରମୀ ଦେଶ ମଧ୍ୟରେ ରହିଛି। ପ୍ରଥମ କରି ଦେଶରେ AI ପରିଚାଳିତ ରୋବଟ୍ ଶିକ୍ଷୟିତ୍ରୀ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଅଟଲ୍ ଟିଙ୍କରିଙ୍ଗ୍ ଲ୍ୟାବ୍ (ATL) ପକ୍ଷରୁ ଏହି ଉଦ୍ଭାବନ କରାଯାଇଛି। ଏହାର ନାମ Iris ରଖାଯାଇଛି। AI ଟେକ୍ନୋଲୋଜି ଦ୍ୱାରା Iris ମଧ୍ୟରେ ସମସ୍ତ ଟିଚିଙ୍ଗ ଫିଚର୍ ଫିଟ୍ କରାଯାଇଛି। Iris ମୋଟ ତିନୋଟି ଭାଷାରେ କଥା କହୁଛି। ଜଟିଳ ପ୍ରଶ୍ନର ଉତ୍ତର ମଧ୍ୟ ଦେଉଛି। ଆଗାମୀ ଦିନରେ ଶିକ୍ଷା କ୍ଷେତ୍ରରେ ଏହା ଏକ ମୂଲ୍ୟବାନ ସମ୍ପଦ ଭାବରେ କାମ କରିବ।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ