ମାଲକାନଗିରି ଜିଲ୍ଲା ଓରକେଲ ଥାନାର ହୋମଗାର୍ଡ ବନବାସୀ ମହାରଣାଙ୍କ ହତ୍ୟା ଘଟଣାରେ ପୁଲିସ୍ ୩୬ ଜଣଙ୍କୁ ଗିରଫ କରିଛି। ନବରଙ୍ଗପୁର ଓ କୋଟପାଡ଼ ଅଞ୍ଚଳରୁ ସେମାନଙ୍କୁ ଗିରଫ କରାଯାଇଥିବା ବେଳେ ଫେରାର ଥିବା ଅନ୍ୟ ଆକ୍ରମଣକାରୀମାନଙ୍କୁ ପୁଲିସ୍ ଖୋଜୁଛି। ଗଞ୍ଜେଇ ଚାଲାଣ ବେଳେ ବାଧା ଦେବାକୁ ଟାଙ୍ଗିଆରେ ହାଣି ବନବାସୀଙ୍କୁ ହତ୍ୟା କରାଯାଇଥିଲା। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଚାଉଳମେନ୍ଦୀ ଜଙ୍ଗଲରେ ଶନିବାର ରାତିରେ ଏହି ଘଟଣା ଘଟିଥିଲା।ଶନିବାର ରାତିରେ କିଛି ଲୋକ ଚିତ୍ରକୋଣ୍ଡାରୁ ଭାରରେ ଗଞ୍ଜେଇ ନେଇ ଜଙ୍ଗଲ ରାସ୍ତାଦେଇ ଛତିଶଗଡ଼କୁ ଯାଉଥିବା ସଂପର୍କରେ ପୁଲିସ୍ କୌଣସି ସୂତ୍ରରୁ ସୂଚନା ପାଇଥିଲା। ଏହାପରେ ବାଲିମେଳା ଓ ମାଥିଲି ମଧ୍ୟରେ ପୁଲିସ୍ ଜଗି ବସିଥିବା ବେଳେ ସେମାନଙ୍କ ସହିତ ମୁହାଁମୁହିଁ ହୋଇଥିଲା।ପୁଲିସ୍ର ସୂଚନା ଅନୁସାରେ ୧୦୦ରୁ ଅଧିକ ଲୋକ ଭାରରେ ଗଞ୍ଜେଇ ବୋହି ନେଉଥିଲେ। ତେବେ ପୁଲିସ୍ ସହ ମୁହାଁମୁହିଁ ହୋଇଯିବା ପରେ ସେମାନେ ଆକ୍ରମଣ କରିଥିଲେ। ଆଉ ଏଥିରେ ହୋମ୍ଗାର୍ଡ ବନବାସୀ ମହାରଣା ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଟାଙ୍ଗିଆ ଚୋଟ ଲାଗିଥିଲା। ତାଙ୍କୁ ମାଥିଲି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।