Quantum Mirror

ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ରାଜ୍ୟ ଐତିହ୍ୟ କ୍ୟାବିନେଟ ଆଜି ୭ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । କ୍ୟାବିନେଟରେ ଓଡ଼ିଶା ୟୁନିଭର୍ସିଟି ଆକ୍ଟ ୧୯୮୯ରେ ପରିବର୍ତ୍ତନ ହୋଇଛି । ସମସ୍ତ ୟୁନିଭର୍ସିଟଇର ପରିଚାଳନା ଗୋଟିଏ ଆକ୍ଟ ଅଧିନରେ ରହିବ । ବିଶ୍ୱବିଦ୍ୟାଳୟରେ ସିନେଟ୍ ବ୍ୟବସ୍ଥା ହଟେଇ ଦିଆଯାଇଛି । ଭିସିଙ୍କ କାର୍ଯ୍ୟକାଳ ୩ବର୍ଷରୁ ୪ବର୍ଷକୁ ବୃଦ୍ଧି କରାଯାଇଛି । ଭିସି ଚୟନ ପାଇଁ କମିଟିରେ ସରକାରଙ୍କ ପ୍ରତିନିଧି ଭାବେ ଜଣେ ରହିବେ ।

ଐତିହ୍ୟ କ୍ୟାବିନେଟ ବୈଠକରେ ୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସିଙ୍ଗିଲ ୱିଣ୍ଡୋ କ୍ୱିୟରାନ୍ସ ମାଧ୍ୟମରେ ୭ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ୭ଟି ପ୍ରକଳ୍ପ ପାଇଁ ୩୨୦୫କୋଟି ଟଙ୍କା ପୁଞ୍ଜିନିବେଶ ହେବ । ଏହା ଦ୍ୱାରା ୨୪୯୪ ଜଣ ନିଯୁକ୍ତି ସୁଯୋଗ ପାଇବେ ।

ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ସୁପାରିଶ କରାଯାଇଛି । ଏନେଇ କେନ୍ଦ୍ରକୁ ସୁପାରିଶ କରିଛି ଐତିହ୍ୟ କ୍ୟାବିନେଟ । ପ୍ରତ୍ନତତ୍ତ୍ୱ ବିଭାଗ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକ । ସଂଗ୍ରହାଳୟ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକ ପାଇଁ ମଞ୍ଜୁରି ମିଳିଛି । ରାଜ୍ୟ ସଂଗ୍ରହାଳୟ ଓ ଆନନ୍ଦ ଭବନକୁ ଭର୍ଚୁଆଲ କରାଯିବ । ସଂସ୍କୃତି ଭବନ ଦ୍ୱାରା ପରିଚାଳିତ ଏକାଡ଼େମୀ ପୁରସ୍କାର ରାଶି ବୃଦ୍ଧି କରାଯିବ । ଏକାଡ଼େମୀ ପୁରସ୍କାର ରାଶି ୫୦ହଜାରରୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ଏକାଡ଼େମୀ ସମ୍ପର୍ଦ୍ଧନା ରାଶି ୧ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ଉକ୍ରଳମଣି ଗୋପବନ୍ଧୁଙ୍କ ଜନ୍ମସ୍ଥାନର ବିକାଶ କରାଯିବ । ସୁଆଣ୍ଡୋର ବିକାଶ ପାଇଁ ସାଢ଼େ ୧୧କୋଟି ଟଙ୍କା ଅନୁମୋଦନ ମିଳିଛି । ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଖାଲି ପଦବୀ ପୂରଣ ହେବ ।

ସେହିପରି କୃଷି କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେଉଁଠି ବି ଚାଷୀଙ୍କୁ ୟୁରିୟା ସାର ପାଇଁ ହଇରାଣ ହେବାକୁ ପଡ଼ିବନି । ଋଣ ଆବଶ୍ୟକ କରୁଥିବା ଚାଷୀଙ୍କୁ ଋଣ ଯୋଗାଯିବ । ଆମ କୃଷିରେ ୯ଲକ୍ଷ ଚାଷୀ ପଞ୍ଜିକୃତ ହୋଇଛନ୍ତି । ଆମ କୃଷିର ନୂଆ ନମ୍ବର ୧୫୫୩୩୩ ଜାରି ହୋଇଛି । ଚାଷୀ ଏହି ନମ୍ବରକୁ କଲ କରି କୃଷି ସମ୍ବନ୍ଧୀୟ ସୂଚନା ପାଇବେ ତ୍ରୁଣମୂଳ ସ୍ତରରୁ ଫିଡ଼ବ୍ୟାକ୍ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରତି ପଞ୍ଚାୟତରେ ପ୍ରାୟ ୧୦୦ ଚାଷୀଙ୍କୁ ନେଇ ହ୍ୱାଟ୍ସଆପ ଗ୍ରୁପ ବ୍ୟବସ୍ଥା କରାଯାଇଛି । ଏହି ଗ୍ରୁପରେ ଚାଷ ନେଇ ସୂଚନା ପଠାଯିବ । ଭାଗଚାଷୀଙ୍କ ପାଇଁ ବଳରାମ ଯୋଜନା ଲାଗୁ କରାଯିବ । ଯୋଜନାରେ ଗୋଷ୍ଠୀ ତିଆରି କରି ଋଣ ସହଯୋଗ ଦିଆଯିବ । ଏଥିରେ ଭାଗଚାଷୀ ସୁବିଧା ପାଇ ପାରିବେ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×