Quantum Mirror

କଟକଣା ଭିତରେ କୋଲକାତାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ

କଟକଣା ଭିତରେ କୋଲକାତାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ

କୋଲକାତା: ପଶ୍ଚିମବଙ୍ଗରେ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ କୋଭିଡ୍ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ଏହି ସମୟରେ ଦୋକାନ, ସପିଙ୍ଗ ମଲ୍ ଓ ସପିଙ୍ଗ କଂପ୍ଲେକ୍ସ ଖୋଲିବାକୁ ଅନୁମତି ଦିଆଯାଇଛି । ଏଥିସହିତ ୫୦ ପ୍ରତିଶତ ଷ୍ଟାଫ୍ ରେ ଦିନ ୧୧ଟାରୁ ସଂଧ୍ୟା ୬ଟା ଯାଏ ମଲ୍ ଏବଂ କଂପ୍ଲେକ୍ସ ଖୋଲା ରଖିବା ନେଇ ଅନୁମତି ଦିଆଯାଇଛି । ଦିନ ୧୧ଟାରୁ ରାତି ୮ଟା ଯାଏଁ ରେଷ୍ଟୁରାଣ୍ଟ, ବାର୍ ଆଦି ଖୋଲା ରହିବ । ଏଥିସହିତ ବିନା ଦର୍ଶକରେ କ୍ରୀଡା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ମିଳିଛି । କେବଳ ଜରୁରୀ ସେବା ବ୍ୟତୀତ ସବୁ ଘରୋଇ ଗାଡି ଚଳାଚଳ ବନ୍ଦ ରହିବ । ଏହାସହ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ବନ୍ଦ ରଖାଯିବାକୁ ନିଷ୍ପତି ହୋଇଛି । ସେହିପରି ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ରାତି ୯ଠାରୁ ସକାଳ ୫ଟା ପର୍ଯ୍ୟନ୍ତ ସବୁ ପ୍ରକାରର ଆତଯାତ ବନ୍ଦ ରହିବ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×