Quantum Mirror

ଓଡିଶାରେ ରଜ ପରେ ଆରମ୍ଭ ହୋଇପାରେ ଅନଲକ୍ ପ୍ରକିୟା

ଓଡିଶାରେ ରଜ ପରେ ଆରମ୍ଭ ହୋଇପାରେ ଅନଲକ୍ ପ୍ରକିୟା

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଥିଲେ ବି ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଅନଲକ୍ ପ୍ରକ୍ରିୟାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ, ‘ରାଜ୍ୟରେ କରୋନା ସଂକ୍ରମଣ ଏବେ ନିୟନ୍ତ୍ରଣାଧୀନ ଅବସ୍ଥାରେ ରହିଛି । ପୂର୍ବ ସ୍ଥିତିରେ ଧୀରେ ଧୀରେ ସୁଧାର ଆସିବାରେ ଲାଗିଛି । ଦୈନିକ ସଂକ୍ରମଣ ଓ ଆକ୍ଟିଭ କେସ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି । ଯେଉଁଠି ପଜିଟିଭ ହାର ଅଧିକ ଅଛି ସେଠି ଟେଷ୍ଟିଂ ଜୋରଦାର କରାଯାଉଛି । ଚିହ୍ନଟ ହେଉଥିବା ଲୋକଙ୍କୁ ଆଇସୋଲେସନରେ ରଖାଯାଉଛି ।’ ରଜ ପରେ ରିଭ୍ୟୁ କରାଯିବ । ସେତେବେଳର ପରିସ୍ଥିତିକୁ ଦୃଷ୍ଟିରେ ରଖି ଯାହା କିଛି ନିଷ୍ପତ୍ତି ନିଆଯିବ । ରଜ ପରେ ଯେଉଁ ଜିଲ୍ଲାରେ ସଂକ୍ରମଣ ହାର କମୁଛି, ସେଠି ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ଏବେ ଦୈନିକ ସଂକ୍ରମଣ ଖସୁଛି । ଆଗକୁ ମୃତ୍ୟୁ ସଂଖ୍ୟା ବି କମିବାର ସମ୍ଭାବନା ଅଛି । ପୂର୍ବରୁ ଗୁରୁତର ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁସଂଖ୍ୟା ବଢୁଥିଲା । କରୋନା କମୁଛି ଭାବି ଲୋକ ସଚେତନ ନହେଲେ ପୁଣି ବିପଦ ଫେରିବ । ଲକଡାଉନ ଯୋଗୁଁ ଭରିବ ଲୋକ, ବୁଲା ବେପାରୀ ଅସୁବିଧା ଭୋଗୁଛନ୍ତି । ପରିସ୍ଥିତିକୁ ଦେଖି ଅନଲକ୍ ପ୍ରକ୍ରିୟା ଲାଗୁ ନେଇ ନିଷ୍ପତ୍ତି ନିଆଯିବ । ପରିସ୍ଥିତିରେ ସୁଧାର ଆସିଲେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×