ହିଂସା ନିଆଁରେ ଜଳୁଛି ବାଂଲାଦେଶ। ସାରା ଦେଶରେ ଅସମ୍ଭାଳ ସ୍ଥିତି। ଚାରିଆଡ଼େ ପୋଡ଼ାଜଳା, ଅରାଜକତା। ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡିବା ପରେ ପାର୍ଲାମେଣ୍ଟକୁ ଭଙ୍ଗ ଘୋଷଣା କରିଛନ୍ତି ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ। ଅନ୍ୟପଟେ ସେନା ବାଂଲାଦେଶରେ କ୍ଷମତାଭାର ହାତକୁ ନେଇଛି। ସେନା ଦ୍ବାରା ଗଠିତ ଅନ୍ତରୀଣ ସରକାର ଦେଶ ଚଳାଇବ ବୋଲି ସେନା ମୁଖ୍ୟ ୱାକର୍-ଉଜ୍-ଜମାନ୍ ଘୋଷଣା କରିଥିଲେ। ଅନ୍ତରୀଣ ସରକାର ନେଇ ରାଷ୍ଟ୍ରପତି ଓ ସେନା ମୁଖ୍ୟଙ୍କ ଭିତରେ ଆଲୋଚନା ଚାଲିଛି। ବାଂଲାଦେଶ ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୩୦୦ ଜୀବନ ଗଲାଣି। ସ୍ଥିତି ଏତେ ଖରାପ ଯେ ସାରା ଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲାଗୁ କରାଯିବା ସହ ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଦିଲ୍ଲୀ ସ୍ଥିତ ବାଂଲାଦେଶ ଦୂତାବାସ ବାହାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ଭାରତ-ବାଂଲାଦେଶ ସୀମାରେ ବିଏସ୍ଏଫ୍ କୁ ମଧ୍ୟ ହାଇ-ଆଲର୍ଟରେ ରଖାଯାଇଛି। ମେଘାଳୟରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ପାଟ୍ରୋଲିଂକୁ କଡ଼ାକଡ଼ି କରିଛି ଆସାମ।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।