ଭିଜିଲାନ୍ସ ଜାଲରେ ଜଗନ୍ନାଥପ୍ରସାଦ ଆରଆଇ । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପ୍ରମୋଦ କୁମାର ବେହେରାଙ୍କୁ ଧରିଛି ଭିଜିଲାନ୍ସ ଟିମ । ସେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ତହସିଲରେ ଭାବେ କାର୍ଯ୍ୟରତ ଥିଲେ । ଲାଞ୍ଚ କାରବାରରେ ଆରଆଇଙ୍କୁ ସହଯୋଗ କରୁଥିଲେ ସ୍ଥାନୀୟ ବ୍ୟକ୍ତି ବିଦ୍ୟାଧର ପ୍ରଧାନ । ଜଣେ ବ୍ୟକ୍ତି ଜମି ଡିମାରକେସନ ପାଇଁ ବିଦ୍ୟାଧରଙ୍କୁ ୫୦୦୦ ଟଙ୍କା ଲାଞ୍ଚ ଦେଇଥିଲେ । ବିଦ୍ୟାଧର ସେହି ଟଙ୍କାକୁ ନେଇ ଆରଆଇଙ୍କୁ ଦେଇଥିଲେ । ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ ଆରଆଇଙ୍କ ସହ ବିଦ୍ୟାଧରଙ୍କୁ କାବୁ କରିଥିଲା। ରଙ୍ଗବୋଳା ୫୦୦୦ ଟଙ୍କାକୁ ଜବତ କରିବା ସହ ପ୍ରମୋଦ ଓ ବିଦ୍ୟାଧରଙ୍କୁ ଅଧିକ ପଚରାଉଚରା କରିବା ପାଇଁ ବ୍ରହ୍ମପୁର କାର୍ଯ୍ୟାଳୟକୁ ନେଇଛି ।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ